ସ୍ଵାସ୍ଥ୍ୟ କର୍ମୀ ବିରୋଧରେ ଦାବିପତ୍ର ପ୍ରଦାନ କଲେ ଆଶା କର୍ମୀ ସଂଘ

ସରକାରୀ କାମ ବଦଳରେ ବ୍ୟକ୍ତିଗତ କାର୍ଯ୍ୟ କରାଉଛନ୍ତି ସ୍ୱାସ୍ଥ୍ୟକର୍ମୀ; କାମ ନ କଲେ ଦୁର୍ବ୍ୟବହାର ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜେମାଦେଇପେଣ୍ଠ ଅଧିନସ୍ଥ ସାନ ଚାନ୍ଦିଲି ଉପସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଇନ୍ଦ୍ରା କମଣ୍ଡଳ ବିରୋଧରେ ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଲାଲ୍ ମୋହନ ରାଉତରାୟଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତିି । ଆଶା କର୍ମୀ ମାନଙ୍କୁ ସାନ ଚାନ୍ଦିଲି ସ୍ୱାସ୍ଥ୍ୟ କର୍ମୀ ଦୁର୍ବ୍ୟବହାର କରୁଛନ୍ତି ବୋଲି ଦାବିପତ୍ର ରେ ଅଭିଯୋଗ କରାଯାଇଛି । ଜୀବନ ବୀମା ପଲିସି କରିବା ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ବିକ୍ରି କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଜଣକ ବାଧ୍ୟ କରିବା ସହ ଏଭଳି କାର୍ଯ୍ୟ ନ କଲେ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀ ବୋଲି ଅଭିଯୋଗ ପତ୍ର ରେ ଉଲ୍ଲେଖ କରାଯାଇଛି | ତେବେ ଲିଖିତ ଅଭିଯୋଗ ଅଭିଯୋଗ ପାଇବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ରାଉତରାୟ । ଯଦି ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଶାକର୍ମୀ ସଂଘ କାର୍ଯ୍ୟବନ୍ଦ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଚଳ କରାଯିବ ବୋଲି କହିଛନ୍ତି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଆଶାକର୍ମୀ ପିଙ୍କି ଛୁରାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖ ଦିନ ସ୍ୱାସ୍ଥ୍ୟ କର୍ମୀ ଇନ୍ଦିରା ତାଙ୍କୁ ବିଷମକଟକ ସ୍ଥିତ ତାଙ୍କର ଏକ ବନ୍ଧୁ ଘରକୁ ବ୍ଲିଚିଂ ପାଉଡ଼ର ନେଇ ଦେବାକୁ କହିଥିଲେ | ପିଙ୍କି ବିଷମକଟକ ଯାଇ ବ୍ଲିଚିଂ ପାଉଡର ଦେଇଥିଲେ କିନ୍ତୁ ତାଙ୍କୁ ବ୍ଲିଚିଂ ପାଉଡ଼ର କମ କାହିଁକି ଦେଇଛୁ କହି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ସେହିପରି ଅଗଷ୍ଟ ୨୩ ତାରିଖରେ ଦୁଇ ଜଣ ରୋଗୀ ଇନ୍ଦିରାଙ୍କୁ ଭେଟିବାକୁ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ବେଳେ ତାଙ୍କର ବିନା ଅନୁମତିରେ ସେମାନଙ୍କୁ କାହିଁକି ପଠେଇଲୁ ବୋଲି ପିଙ୍କିଙ୍କୁ ଗାଳିଗୁଲଜ କରିଥିଲେ । ଏଥି ସହିତ ଇନ୍ଦିରାଙ୍କ ସ୍ୱାମୀ ଜୀବନ ବୀମା ଏଜେଣ୍ଟ ଥିବାରୁ ସେ ଆଶାକର୍ମୀମାନଙ୍କୁ ଜୀବନ ବୀମା କରିବାକୁ ବାଧ୍ୟ କରିବା ସହିତ ରୋଗୀମାନଙ୍କର ମଧ୍ୟ ଜୀବନବୀମା କରାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ଇନ୍ଦିରା ବିଭିନ୍ନ ସମୟରେ ଆଶାକର୍ମୀଙ୍କୁ ନେଟୱର୍କିଂ ପ୍ରଡକ୍ଟ ବିକ୍ରି କରିବାକୁ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହି ସବୁ କାମ ବାଧ୍ୟବାଧକତାରେ ରୋଗୀଙ୍କୁ କହୁଥିବାରୁ ରୋଗୀମାନେ ଆଶାକର୍ମୀଙ୍କ ଉପରେ ବିରକ୍ତି ପ୍ରକାଶ କରୁଛନ୍ତି ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଉପଯୁକ୍ତ ସମୟରେ ଅବଗତ ନ କରାଇ ରାତି ଅଧରେ କାର୍ଯ୍ୟକ୍ରମ କରୁଥିବା ମଧ୍ୟ ଆଶାକର୍ମୀମାନେ ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ ଇନ୍ଦିରା କମଣ୍ଡଳ ଏହିଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ସଂଘ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ଉକ୍ତ ଦାବି ଦେବା ସମୟରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମୋହନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଉପସଭାପତି ଦୁର୍ଗା ମାଧବ ଘୋଷ, ବିଶ୍ଵକର୍ମା ମଜଦୁର ସଂଘର ନିରଞ୍ଜନ ସେନାପତି, ଆଶାକର୍ମୀ ସଂଘର ଉମା ବଳିଆର ସିଂ, ନେହା ସିଂ ଏବଂ ଅନ୍ୟ ଆଶା କର୍ମୀମାନେ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.