ଲଛିପୁର ମେହେର କଲ୍ୟାଣ ମଣ୍ଡପ ଠାରେ ଗଙ୍ଗାଧର ଜୟନ୍ତୀ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ସୋନପୁର ବ୍ଲକ ଲଛିପୁର ମେହେର କଲ୍ୟାଣ ମଣ୍ଡପ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ମହୋସ୍ୱବ ପାଳିତ ହୋଇଯାଇଛି । ଭୂଲିଆ ସମାଜ ସଭାପତି ତିର୍ଥବାସୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କବି ଗଙ୍ଗାଧର ମେହେର ଙ୍କ ଜୀବନି ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ । ମୁଖ୍ଯ ବକ୍ତା ଲଛିପୁର ମାଧ୍ଯମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ପ୍ରତିନିଧି କରମଚାନ୍ଦ ମହାନ୍ତି, ସରପଞ୍ଚ ଜ୍ୟୋତିରଞ୍ଜନ ନୂଆଁଇ, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ବେଲାର ସାହୁ , ମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ବାସୁଦେବ ରଣା, ବିନାୟକ ପୁଷ୍ଟି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଉପରେ ଆଲୋକପାତ କରିଥିଲେ । ଅତିଥି ପରିଚୟ ଓ ସଭା ପରିଚାଳନା ଉମାକାନ୍ତ ହୋତା ଦେଇଥିଲେ । ମେହେର ସମାଜ ପକ୍ଷରୁ କଲ୍ୟାଣ ମଣ୍ଡପ ଭୂମିଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସଙ୍ଗେ ଉମାକାନ୍ତ ହୋତା ଙ୍କୁ ମଧ୍ଯ ସମାଜ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି ସଭାରେ ଶମ୍ଭୁଭୂଷଣ ମେହେର, ଭୂବନେଶ୍ଵର ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ବୁଠି ମେହେର, ବଜରଙ୍ଗୀ ମେହେର, ସମେତ ମେହେର ସମାଜର ସମସ୍ତ ସଦସ୍ଯ ସହଯୋଗ କରି ପ୍ରତିବର୍ଷ ଏହି ମେହେର କବିଙ୍କ ଜୟନ୍ତୀ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି । ଆଖପାଖ ଅଞ୍ଚଳ ସମସ୍ତ ଭୂଲିଆ ସମାଜ ଯୋଗଦେଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.