ପିଇଓଙ୍କ ଧାରଣାକୁ ସମାଜବାଦୀ ପାର୍ଟିର ସମର୍ଥନ : ୨୦ ଦିନରେ ପହଁଚିଛି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓ ଗଣଧାରଣା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ନୂଆପଡା ଶାଖା ତରଫରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୨୦ ଦିନରେ ପହଁଚିଛି | ସମସ୍ତ ପଂଚାୟତର ପିଇଓ ଗଣ ନୂଆପଡା ଜିଲ୍ଲପାଳ ଅଫିସର ସମ୍ମୁଖରେ ଧାରଣା ରେ ସାମିଲ ହୋଇଛନ୍ତି | ପ୍ରକାଶ ଯେ, ଅଗଷ୍ଟ ମାସ ମାସ ୭ ତାରିଖ ରୁ ୧୭ ତାରିଖ କାଳ ବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲେ ଏବଂ ପରେ ଅଗଷ୍ଟ ୧୮ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି | ସୂଚନା ମତେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାବିତ ଯୋଗ୍ୟତା ଯୁକ୍ତ ଦୂଇରୁ ଯୁକ୍ତ ତିନିକୁ କରିବା ସହିତ ଦରମା ହାର ଲେବୁଲ -୫ ରୁ ଲେବୁଲ -୯ କୁ ବୃଦ୍ଧି କରିବା ଏବଂ ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମୁର୍ଣ କରିଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋର୍ନ୍ନତି କରିବା ସହିତ ଜି.ପି.ଡି.ଓ ପଦବୀ ରେ ଶତ ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓ. ପି. ଆର. ଏସ କ୍ରେଡ଼ ରୁଲରେ ଅନ୍ତର୍ଭୁକ୍ତ କରିବା ଭଳି ୨ ଦଫା ଦାବୀ ନେଇ ଗଣ ଧାରଣାରେ ବସିଛନ୍ତି | ଆଜି ସମାଜବାଦୀ ପାର୍ଟି ନୂଆପଡା ତରଫରୁ ପିଇଓଙ୍କ ଏହି ଆନ୍ଦୋଳନ ସମର୍ଥନ ଜଣାଇଛନ୍ତି | ଜିଲ୍ଲା ସମ୍ପାଦକ ଲୋଚନ ସିଂ ମାଝୀ ଏ ନେଇ ଧାରଣା ସ୍ଥଳ ଯାଇ ଆନ୍ଦୋଳନ କାରୀ ପିଇଓ ଙ୍କୁ ସାକ୍ଷାତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.