ଓଡ଼ିଆ ବାର୍ତ୍ତା/ ରଘୁନାଥପୁର: ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତର ଛାତ୍ର ନେତା ରାଜେଶ କୁମାର ମିଶ୍ରଙ୍କୁ ରଘୁନାଥପୁର ବ୍ଲକ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି। ସେ ପୂର୍ବରୁ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସୁଚାରୁ ରୂପେ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ। ତାଙ୍କର ଏହି ନିଯୁକ୍ତି ପାଇଁ ସେ ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା, ବ୍ଲକ ବିଜେଡ଼ି ସଭାପତି ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସମିତ କୁମାର ଲେଙ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି।