୫ ହଜାର ଇଞ୍ଜେକ୍ସନ ଦେଇ ରୋଗୀ ଶରୀରରୁ ବାହାର କଲେ ୬୦୦ ଏମଏଲ କୀଟନାଶକ ବିଷ

୩୫ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଲା ୬୦୦ଏମଏଲ କୀଟନାଶକ ବିଷ । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର ପାଲିରେ । ନିଜ ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଛିଞ୍ଚା ଯାଉଥିବା କୀଟନାଶକ ଔଷଧ ଚାଷୀଙ୍କ ଶରୀରରେ ପ୍ରବେଶ କରିବା ହେତୁ ସେ ଗୁରୁତର ହୋଇପଡ଼ିଥି‌ଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Omkar Vasthu
Omkar Vasthu

ଏହି କୀଟନାଶକ ଚାଷୀଙ୍କ ଶରୀରରେ ଏପରି ଭାବରେ ମାଡ଼ି ଯାଇଥିଲା ଯେ ତାଙ୍କ ଜୀବନ ପ୍ରତି ବିପଦ ମାଡି ଆସିଥିଲେ  ।  ସେ ଆଉ ବଞ୍ଚିବେ କି ନାହିଁ ତାହା କେହି  ଆଶା କରିପାରୁନଥିଲେ  । ଏମିତି ଏକ ସଙ୍କଟ ଜନକ ପରିସ୍ଥିତିରେ ଜଣେ ଡାକ୍ତର ଦେବଦୂତ ସାଜିଛନ୍ତି  । ଚାଷୀ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ଜଣକ ତୁରନ୍ତ ଗୁରୁତର ଚାଷୀଙ୍କ ଚିକିତ୍ସା ଆରମ୍ଭ କରିଥି‌ଲେ। ୨୪ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚାଷୀଙ୍କୁ ରଖି କ୍ରମାଗତ ଭାବେ ଚିକିତ୍ସା ଜାରି ରଖିଥିଲେ  । ଡାକ୍ତର ଜଣକ ୨୪ଦିନ ମଧ୍ୟରେ ରୋଗୀଙ୍କୁ ପାଖାପାଖି ୫ ହଜାର ଇଞ୍ଜେକ୍ସନ ଦେବା ପରେ ଚାଷୀ ଜଣକ ସୁସ୍ଥ ହୋଇଛନ୍ତି  ।

Pearl dental clinic
Near Ashish Medical Store, Bhawanipatna

ସେପଟେ ଘଟଣାକୁ ନେଇ ଡାକ୍ତର ପ୍ରବୀଣ ଗର୍ଗ କହିଛନ୍ତି ଚାଷୀଙ୍କ ଶରୀରକୁ ୬୦୦ଏମଏଲ କୀଟନାଶକ ଚାଲି ଯାଇଥିଲା। ଯେଉଁ କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିଲା। ତେଣୁ ପ୍ରତିଦିନ ଚାଷୀଙ୍କୁ ୨୦୮ଟି ଇଞ୍ଜେକ୍ସନ ଦିଆଯାଉଥିଲା  । ଏହି ଇଞ୍ଜେକ୍ସନ ଶରୀରରେ ବିଷର ପ୍ରଭାବକୁ କମ କରିବାକୁ ଦିଆଯାଉଥିଲା। ଏଥିସହିତ ସଠିକ୍ ସମୟରେ ଔଷଧ ସେବନ କରିବାକୁ ବି କୁହାଯାଇଥିଲା। ରୋଗୀ ସୁସ୍ଥ ହେବାପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି  । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଆମେରିକାରୁ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ସମ୍ପୃକ୍ତ ଥିବା ରୋଗୀଙ୍କ ଶରୀରରେ ୩୦୦ଏମଏଲ କୀଟନାଶକ ଚାଲି ଯାଇଥିବାବେଳେ ତାଙ୍କୁ  ୭୬୦ଟି ଇଞ୍ଜେକ୍ସନ ଦିଆଯାଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.