ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କିଲିଟାରି ସଭାକକ୍ଷ ରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଶ୍ରୀ ଝସକେତନ ବଘାର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା, ସମସ୍ତ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ ମେହେର ବୈଠକରେ ଉପସ୍ଥିତ ପରିଷଦ ର ସମସ୍ତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଙ୍କୁ ବୈଠକରେ ସ୍ବାଗତ କରିଥିଲେ ପରେ ପରେ ଅଧ୍ୟକ୍ଷା ଙ୍କ ଅନୁମତି ରେ ଗତ ତା ୨୪ /୦୫/୨୩ ରେ ଅନୁଷ୍ଠିତ ବୈଠକରେ ସଦସ୍ୟ ସଦସ୍ୟା ଙ୍କ ଦ୍ୱାରା ଆଗତ ବିଭିନ୍ନ ବିଭାଗୀୟ ପ୍ରଶ୍ନ ର ଉତ୍ତର ତଥା ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଦୃଢ଼ୀକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ l ମାନ୍ୟବର ଅଧ୍ୟକ୍ଷl ଜିଲ୍ଲା ପରିଷଦ ଶ୍ରୀମତୀ ସୁପାର ଠେଲା ଉପସ୍ଥିତ ସମସ୍ତଙ୍କୁ ବୈଠକ କୁ ସ୍ୱାଗତ କରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ନିଜ ବକ୍ତବ୍ୟ ରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ଉଚିତ ଗୁଣବତ୍ତାର ସହ ସଫଳତା ପହଞ୍ଚାଇବାକୁ ସମସ୍ତେ ସୁସମନ୍ୱୟ ପୂର୍ବକ କାର୍ଯ୍ୟକରିବା ସହିତ ଜିଲ୍ଲା ବିକାଶ ରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି l ଆଜିର ବୈଠକରେ ଗତ ତା ୨୪/୫/୨୩ ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକ ର ବିବରଣୀ କୁ ଅନୁମୋଦନ ନିମନ୍ତେ ଗୃହରେ ଆଗତ କରାଯାଇଛି ତତ ସହ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ କେଦ୍ରୀୟ ଅର୍ଥ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଦ୍ୱାରା ଜିଲ୍ଲା ପଞ୍ଚାୟତ ଉନ୍ନୟନ ଯୋଜନା ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ଅନୁମୋଦନ ନିମନ୍ତେ ଗୃହରେ ଉପସ୍ଥାପନ କରାଯାଇଛି l ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ବିନିକା ଡୁଙ୍ଗୁରିପାଲି ମେଗା ପାଇପ ଲାଇନ ପ୍ରକଳ୍ପ ର କାର୍ଯ୍ୟକାରିତା ସନ୍ତୋଷ ଜନକ ନ ଥିବାରୁ ଗୃହରେ ଉଦବେଗ ପ୍ରକାଶ ପାଇଥିଲା। ଉକ୍ତ କାର୍ଯ୍ୟ ପ୍ରକଳ୍ପ ର ସଠିକତା, ସ୍ୱଚ୍ଛତା ତଥା ଗୁଣବତ୍ତା କୁ ଯାଞ୍ଚ କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଗୃହରେ ଗୁରୁତ୍ୱାରୋପ କରିଛନ୍ତି l ବୈଠକରେ ବିଦ୍ୟୁତ ବିଭାଗ ର କାର୍ଯ୍ୟକାରିତା ର ଆଲୋଚନା କରାଯାଇଥିବା ବେଳେ ପିଡବ୍ଲୁଡି ବିଭାଗ, ଆର ଡି ବିଭାଗ ଦ୍ୱାରା ନିର୍ମାଣା ଧୀନ କୋଠା ବାଡ଼ି ସହ ରାସ୍ତା ଓ ପୋଲ ନିର୍ମାଣର ସ୍ଥିତି ଓ ଅଗ୍ରଗତି ତଥା ନୂତନ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା l ଜିଲ୍ଲା କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଜରିଆରେ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତା, ସ୍ଥିତି ତଥା ଅଗ୍ରଗତି, ଚାଷୀଙ୍କୁ ଫସଲ ବୀମା ର ଉପଲବ୍ଧତା ଓ ସଫଳତା ଉପରେ ସଭ୍ୟ ସଭ୍ୟା ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଗ୍ରାମ୍ୟଞ୍ଚଳ ରେ କାର୍ଯ୍ୟ କରୁଥିବା କୃଷି ଅଧିକାରୀଙ୍କୁ ନିଜକ୍ଷେତ୍ରରେ ରହଣିକୁ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି l ବନଖଣ୍ଡ ବିଭାଗ ଦ୍ୱାରା ସାମାଜିକ ବନୀକରଣ, ରାସ୍ତା ପାର୍ଶ୍ଵ ବୃକ୍ଷ ରୋପଣ ତଥା ବନ୍ୟ ଜନ୍ତୁ ଦ୍ୱାରା କ୍ଷୟ କ୍ଷତି ର ଅନୁକମ୍ପା ସହ ବନ୍ୟ ଜନ୍ତୁ ଦାଉରୁ ସୁରକ୍ଷା ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି l ପୁନଶ୍ଚ ତେଲ ଜଳସେଚନ ବିଭାଗ, ମେଗା ଲିଫ୍ଟ ଇରିଗେଶନ, ଓଏଲ ଆଇ ସି,ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ନିଯୁକ୍ତି ଓ ବିଭଗୀୟ ସମସ୍ୟା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ଉପରେ ବିଶେଷ ଆଲୋଚନା ହୋଇଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଲୋକ ଯୋଜନା ର ସଠିକ କାର୍ଯ୍ୟକାରିତl , କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି, ଅବସ୍ଥିତି ଓ ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା l ଜିଲ୍ଲା ପରିଷଦ ଦ୍ୱାରା ଗ୍ରାମୀଣ ଆବାସ ଯୋଜନା, ଏମ ଜି ଏନ ଆର ଇଜିଏସ, ସ୍ୱଚ୍ଛ ଭାରତ ମିଶନ ସହ ପଞ୍ଚ ଦଶ କେନ୍ଦ୍ରିୟ ଅର୍ଥ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅର୍ଥ ଅନୁଦାନ ଉପରେ ସି ଡି ଓ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ l ବୈଠକରେ ସଦସ୍ୟ ସଦସ୍ୟା ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ l ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ /ସଦସ୍ୟା ଙ୍କୁ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ଉପରେ ଅବଗତ କରାଇ ଆବଶ୍ୟକ ଉତ୍ତର ଦେଇଥିଲେ l ଶେଷରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସନତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.