ସାମୂହିକ ଛୁଟିରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ: ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ସ୍କୁଲରେ ପଡ଼ିଲା ତାଲା, ପିଲାଙ୍କ ପାଠପଢ଼ା ବନ୍ଦ । ସାମୁହିକ ଛୁଟିରେ ଗଲେ ଶିକ୍ଷକ । ଠିକା ବ୍ୟବସ୍ଥା ଉଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ ଦାବିରେ ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତିି ଶିକ୍ଷକ-ଶିକ୍ଷୟିତ୍ରୀ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲର ପାଠ ପଢ଼ା ପ୍ରଭାବିତ ହୋଇଛି । ବାରମ୍ବାର ଆନ୍ଦୋଳନ ପରେ ବି ସରକାର ସେମାନଙ୍କ ଦାବି ପୂରଣ ନକରିବାରୁ, ପୂର୍ବ ଘୋଷଣା ଅନୁସାରେ ସାମୁହିକ ଛୁଟିରେ ଯାଇଛନ୍ତି ରାଜ୍ୟର ପ୍ରାଥମିକ ଶିକ୍ଷକ- ଶିକ୍ଷୟିତ୍ରୀ । ସମେତ ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତିି ଶିକ୍ଷକ-ଶିକ୍ଷୟିତ୍ରୀ । ଠିକା ବ୍ୟବସ୍ଥା ଉଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଦାବିରେ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦେଇଛନ୍ତି । ପୂର୍ବରୁ ପ୍ରାଥିମିକ ଶିକ୍ଷକ ସଂଘ ଗୁଡିକ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱର ଲୋୟର ପିଏମଜିରେ ବାରମ୍ବାର ଆନ୍ଦୋଳନ କରାଯାଇଛି । ସବୁଥର ସେମାନଙ୍କ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ସରକାର ପ୍ରତିଶ୍ରୁତି ପାଳନ ନକରିବା ସହ ସେମାନଙ୍କ ପ୍ରତି ପାତରଅନ୍ତର ମନୋଭାବ ରଖୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ଶିକ୍ଷକ । ଅନ୍ୟପଟେ ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟିଛନ୍ତିି ବିଜେପି ପ୍ରତିନିଧି ଦଳ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲର ପାଠ ପଢ଼ା ପ୍ରଭାବିତ ହୋଇଛି । ଅର୍ଥାତ ଲକ୍ଷ ଲକ୍ଷ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଯାହାକି ଚିନ୍ତାର ବିଷୟ ପାଲଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.