ଲାଲୁ ପ୍ରସାଦ ଯାଦବଙ୍କୁ ସମନ

ଓଡ଼ିଆ ବାର୍ତ୍ତା/ ପାଟନା: ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ରେଳ ଅଧିକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସମନ ଜାରି କରିଛନ୍ତି। ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ରେଳ ନିଯୁକ୍ତିରେ ଦୁର୍ନୀତି କରିବା ଅଭିଯୋଗରେ ରାଉଜ୍ ଏଭେନ୍ୟୁ କୋର୍ଟ ସମନ ଜାରି କରିଛନ୍ତି। ଏହି ମାମଲାରେ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଶୁଣାଣି ସେପ୍ଟେମ୍ବର ୨୧ରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟରେ ହେବାର ଥିଲା, କିନ୍ତୁ ଶୁଣାଣି ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଶୁଣାଣି ଶୁକ୍ରବାର ଅର୍ଥାତ୍‌ ସେପ୍ଟେମ୍ବର ୨୨ରେ ହେବ। ଯେଉଁଥିରେ ନିଷ୍ପତ୍ତି ନିଆଯିବ କି ଚାର୍ଜ ସିଟ୍ ସ୍ୱାକାର କରିବା ଗ୍ରହଣୀୟ କି ନୁହେଁ। ଏହାପୂର୍ବରୁ ଅଗଷ୍ଟ ୮ରେ ଏହି ମାମଲାର ଶୁଣାଣି ହେବାର ଥିଲା, ଯାହାକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଶୁଣାଣି ୧୨ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା, ଯାହା ପରେ କୋର୍ଟ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।୨୦୦୪ ରୁ ୨୦୦୯ ମସିହା ମଧ୍ୟରେ ଲାଲୁ ପ୍ରସାଦ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିଲେ। ଯେତେବେଳେ ଲାଲୁ ରେଳମନ୍ତ୍ରୀ ଥିଲେ, ଚାକିରି ବଦଳରେ ଆବେଦନକାରୀଙ୍କଠାରୁ ଜମି ଓ ପ୍ଲଟ ହଡପ କରୁଥିଲେ। ସିବିଆଇ ଏହି ଘଟଣାର ଅନୁସନ୍ଧାନ କରିବା ପରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଝିଅ ମିସା ଭାରତୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁସାରେ ଯେଉଁ ଜମି ନିଆଯାଇଥିଲା ତାହା ରାବଡୀ ଦେବୀ ଏବଂ ମିସା ଭାରତୀଙ୍କ ନାମରେ ନିଆଯାଇଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.