ମୋଦୀଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ବିଜେପି-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ୱାର୍


ହାଇଦ୍ରାବାଦ: ଆସୁଛି ନିର୍ବାଚନା। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ନିଜ ଦଳର କ୍ଷମତା ପ୍ରଦର୍ଶନ କରିବା ଲାଗି କିଛି ନେତା କିଛି ରାଜ୍ୟ ଗସ୍ତ କରି ସମ୍ବୋଧିତ ମଧ୍ୟ କରୁଛନ୍ତି। ଏହାକୁ ବିରୋଧ ମଧ୍ୟ କରୁଛନ୍ତି ବିରୋଧୀ ନେତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତେଲଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି। କିନ୍ତୁ ଏହାପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି। ପୋଷ୍ଟର ମାଧ୍ୟମରେ ଉଭୟ ଦଳ ପରସ୍ପରକୁ ଟାର୍ଗେଟ କରିଛନ୍ତି।

ବିଆରଏସ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି। ଶାସକ ବିଆରଏସ ଗତ ୧୦ବର୍ଷ ମଧ୍ୟରେ ତେଲଙ୍ଗାନାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରୁଥିବା ପୋଷ୍ଟର ଲଗାଇଛନ୍ତି। ମୋଦୀଙ୍କ ତେଲେଙ୍ଗାନା ଗସ୍ତକୁ ବିଆରଏସ ବିରୋଧ କରିଛି। ଏହାର ପ୍ରତିବାଦରେ ରଖାଯାଇଥିବା ପୋଷ୍ଟରରେ ଲେଖାଯାଇଛି ଯେ, ଆମ ସମ୍ବିଧାନକୁ ଅପମାନିତ କରିବା ପରେ ମୋଦୀଙ୍କର ତେଲେଙ୍ଗାନା ଆସିବାର କୌଣସି ନୈତିକ ଅଧିକାର ନାହିଁ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସମାଲୋଚନା କରି ବିଜେପି ଏହାର ପ୍ରତିଶୋଧ ନେଇଛି। ଚନ୍ଦ୍ରଶେଖର ରାଓଙ୍କୁ ପ୍ରତି ୫ବର୍ଷରେ ତେଲଙ୍ଗାନାର ସବୁଠାରୁ ବଡ ବିଧାୟକ କ୍ରେତା ଭାବରେ ବର୍ଣ୍ଣନା କରାଯାଇଛି। ବିଆରଏସ କର୍ମୀମାନେ ଶମଶାବାଦ ବିମାନବନ୍ଦର ନିକଟରେ ଅନେକ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରରେ କୁହାଯାଇଛି ଯେ ୨୦୧୮ ଠାରୁ ବିଜେପି ତେଲେଙ୍ଗାନା ସମ୍ପର୍କରେ ଭୁଲ ବିବୃତ୍ତି ଦେଉଛି। ଚଳିତ ମାସ ଆରମ୍ଭରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇନଥିଲା। ଏଥି ସହ ଏହାର ଜବାବରେ ବିଜେପି ସମର୍ଥକମାନେ ମଧ୍ୟ ପୋଷ୍ଟର ଲଗାଇଛନ୍ତି ଯେଉଁଥିରେ କେସିଆର ଦୁର୍ନୀତିଗ୍ରସ୍ତ ସିଏମ ବୋଲି ଅଭିଯୋଗ ହୋଇଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.