ନର୍ଲା ବ୍ଲକରେ ସ୍ୱଚ୍ଛତା ପକ୍ଷ ପାଳନ : ୧ ତାରିଖ ୧ ଘଣ୍ଟା ୧ ସାଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାରା ଦେଶରେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଜାରି ରହିଛି । ସ୍ୱଚ୍ଛତା କାର୍ଯ୍ୟକ୍ରମ ବେଳେ ଏକ ତାରିଖ, ଏକ ଘଣ୍ଟା ଏକ ସାଥ ବୋଲି ମଧ୍ୟ ନାରା ଦିଆଯଇଥିଲା । ଏହି କ୍ରମରେ ରବିବାର ନର୍ଲା ବ୍ଲକ ପରିସର ଓ ନର୍ଲା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି ସ୍ୱଚ୍ଛତା ପକ୍ଷ ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମ। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତୀ, ନର୍ଲା ମେଡିକାଲ ଅଫିସର ଅକ୍ଷୟ କୁମାର ଗୋଚ୍ଛାୟତ, ମେଡିକାଲ ଅଫିସର ସଞ୍ଜୟ ନାଏକ, ପିଏଚଇଓ ବିମଲ କୁମାର ଦୀପ, ସେକସନ ଅଫିସର ଦିଗ ପଧାନ, କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ନାୟକ, ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ପ୍ରିନସିପାଲ ଚିନ୍ତାମଣି ଦ୍ୱିବେଦୀ, ଅର୍ଥନିତି ଅଧ୍ୟାପକ ମାନସ ସେନାପତି, କ୍ରୀଡା ଶିକ୍ଷକ, ନବୋଦୟ ଏନସିସି କମାଣ୍ଡର ମଳୟ ନିଆଲ, ଜାତୀୟ ସେବା ଯୋଜନା ସଂଯୋଜକ ବିକାଶ କୁମାର, ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ର ସାହୁ, ମିଶନ ଶକ୍ତିର ନର୍ଲା ବ୍ଲକ ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ନର୍ଲା ବ୍ଲକ ଷ୍ଟାଫ୍‌, ନର୍ଲା ମେଡିକାଲ ଷ୍ଟାଫ୍‌, ନର୍ଲା ମିଶନ ଶକ୍ତି ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ସ୍ୱଚ୍ଛ ଭାରତ ଆବର୍ଜନା ମୁକ୍ତ ଭାରତ ନିର୍ମାଣ ପାଇଁ ସମସ୍ତେ ସହଭାଗୀତା ହୁଅନ୍ତୁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହାପରେ ପ୍ରଥମେ ନର୍ଲା ମେଡିକାଲ ପରିସରକୁ ନର୍ଲା ବିଡିଓ ଶ୍ରମତୀ ସେଠୀ, ମେଡିକାଲ ଅପିସର ଶ୍ରୀଗୋଚ୍ଛାୟତ, ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତୀ, ଉପାଧ୍ୟକ୍ଷ ଶ୍ରୀ ମହାନ୍ତୀ, ନବୋଦୟ ବିଦ୍ୟାଳୟର ପ୍ରିନସପାଲ ଶ୍ରୀ ଦ୍ୱିବେଦୀଙ୍କ ସମେତ ମିସନ ଶକ୍ତିର ମହିଳାମାନେ, ନବୋଦୟ ବିଦ୍ୟାଳୟ ଏନସିସି ଛାତ୍ରଛାତ୍ରୀ, ବ୍ଲକ ଷ୍ଟାଫ ଓ ମେଡିକାଲ ଷ୍ଠାଫ୍ମାନେ ମଇଳା ଆବର୍ଜନା ସଫା କରି ସ୍ୱଚ୍ଛ କରିଥିଲେ । ଏହାପରେ ନର୍ଲା ବ୍ଲକ ପରିସର ଓ ମୁଖ୍ୟ ରାସ୍ତା ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଅକ୍ଟୋବର ୧ର ସ୍ୱଚ୍ଛତା ପକ୍ଷ ପାଳନ ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ନବ ଭାରତ ନିର୍ମାଣରେ ସହାୟକ ହୋଇଥିବାରୁ ନର୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.