ସୁବର୍ଣ୍ଣପୁର ଜିଲ୍ଲାରେ ସାଇବାର ସୁରକ୍ଷା ରଥକୁ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାଇବାର କ୍ରାଇମ ରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା ତଥା ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗ ର ଲୋକ ଙ୍କୁ ଧମକ ଲୁଣ୍ଠନ ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ଜିଲ୍ଲାରେ ବୁଲିବାକୁ ଥିବା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ପହଞ୍ଚିଛି l ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ରଥ ପହଞ୍ଚିବା ପରେ ତେଲ ନଦୀ ବ୍ରିଜ ଛକା ଠାରୁ ଜିଲ୍ଲା ପୋଲିସ ଦ୍ୱାରା ବେଣ୍ଡ ବାଜା ସହିତ ନୂଆ ଟାଉନ ହଲ ଯାଏ ପାଛୋଟି ଅଣା ଯାଇଥିଲା l ନୂଆ ଟାଉନ ହଲ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ,ଏସପି ଅମରେଶ ପଣ୍ଡା ଙ୍କ ନେତୃତ୍ୱ ରେ ଶହ ଶହ ସ୍ବେଛାସେବୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଏନସିସି ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଇବର ସୁରକ୍ଷା ରଥ କୁ ଫୁଲ ତୋଡ଼ା ଓ ସ୍ଲୋଗାନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଆରଟିଓ ଅକ୍ଷୟ ଜେନା, ଅତିରିକ୍ତ ଏସପି ଶ୍ରୀ ହେମନ୍ତ ପାଢ଼ୀ, ବୀରେନ୍ଦ୍ର ନାଏକ ଙ୍କ ସମେତ ଏସଡିପିଓ ରାଜ କିଶୋର ମିଶ୍ର, ଆଇଆଇସି ପଦ୍ମାସିନୀ ମେହେର,ଏଏସଆଇ ଶ୍ରୀ ବିଶି, ଶ୍ରୀ ପଧାନ, ପ୍ରମୁଖ ଜିଲ୍ଲା ପୋଲିସ ପ୍ରଶାସନ ର ବିଭିନ୍ନ ଅଧିକାରୀ, ମିଡ଼ିଆ, ଜନ ସାଧାରଣ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.