ଜିଲ୍ଲା ଘୋଷଣା ଦାବିରେ ଧର୍ମଗଡ ଉପଖଣ୍ଡ ବନ୍ଦ ଡ଼ାକରାରେ ଗୋଲାମୁଣ୍ଡା ବନ୍ଦ ସଫଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ ଆଜି ୩୭ ଦିନରେ ପହଂଚିବା ସହ ଆଜି ଧର୍ମଗଡ ଉପଖଣ୍ଡକୁ ବନ୍ଦ ଡାକରା ଦେଇଛି କ୍ରୀୟାନୁଷ୍ଠାନ କମିଟି । ସକାଳ ୬ ରୁ ସଂଧ୍ୟା୬ ଡାକରା ଦେଇଛି କମିଟି । ବନ୍ଦ ଡାକରାରେ ଆଜି ସକାଳୁ ସକାଳୁ ଧର୍ମଗଡ ବନ୍ଦ ସହିତ ଗୋଲାମୁଣ୍ଡାରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ଗାଡିଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିଛି । ଆମପାଣି ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତା କଦଳିମୁଣ୍ଡାଠାରେ ଗୋଲାମୁଣ୍ଡାର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ରାସ୍ତା ରୋକ କରିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ଉଭୟପାର୍ଶ୍ଵରେ ଅନେକ ଯାନବାହନ ଅଟକି ରହିଥବା ଯାତ୍ରୀମାନେ ନାହିଁଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଅପରକ୍ଷରେ ଆଗାମୀ ଦିନରେ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଭୟାବହ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.