କୋଶଳ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୋନପୁର ସହର ପଟାଭାଡ଼ି ସ୍ଥିତ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ସଂଗଠନର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସର୍ବ ଧର୍ମ ପ୍ରାର୍ଥନା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖି ଶିଶୁମାନଙ୍କୁ ଦିଗଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂକୃତି ଅଧିକାରୀ ଯମୁନା ପଧାନ, ଜିଲ୍ଲା କ୍ରୀଡା ନିରୀକ୍ଷକ  ସତ୍ୟନାରାୟଣ ତ୍ରିପାଠୀ ଓ ସ୍ୱଚ୍ଛଭାରତ ଭାରତ ସଂଗଠନର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ  ସଞ୍ଜୟ କୁମାର ସାହୁ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଭାରତ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା  ଇନ୍ଦୁମତି ପୁରୋହିତ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ମନୋଜ ପଣ୍ଡା, ସଂଗୀତା ପଧାନ, ସ୍ମିତାରାଣୀ ନାୟକ, ଅବିନାଶ ନାଏକ, ରୀନା ବୁଡ଼େକ ମଳୟ ଛନ୍ଦ ତଥା ବିଦ୍ୟାଳୟର ଜୁନିୟର ରେଡ କ୍ରସ ଦଳ ଓ ସ୍କାଉଟ ଗାଇଡ଼ ଦଳ ମିଶି ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.