ରକ୍ତ ଶିକୁଳି ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରକ୍ତ ଶିକୁଳି ପରୀକ୍ଷା କେଜିଭିବି ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଆରବିଏସକେ ନାଇକେନପାଲି ଓ ଜିଲ୍ଲା ରକ୍ତ ଶିକୁଳି ବିଭାଗ ମିଳିତ ଆନୁକୂଲ୍ୟରେ ଏହାର ଶୁଭାରମ୍ଭ କରାଯାଇଅଛି।  ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲାବରେଟୋରୀ ଟେକନିସିଆନ ରଶ୍ମିତା ସାହୁ କେଜିଭିବି ସୋନପୁରର ଛାତ୍ରୀମାନଙ୍କର ରକ୍ତ ନମୁନା ସଂଗ୍ରହ ଓ ଆରବିଏସକେ ଟିମ ଦ୍ୱାରା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର ଆରବିଏସକେ ଟିମ୍ ର ଡା. ସରୋଜ କୁମାର ପଟେଲ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ମହିଳା ସ୍ୱାସ୍ଥ୍ୟକର୍ମୀ ଶୁଭଲଷ୍ମୀ ବାଗ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟିତ୍ରୀ ସରସ୍ବତୀ ସାହୁ, ୱାର୍ଡେନ ସୁଚିତ୍ରା ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.