କଳାକାରମାନଙ୍କ ୨ ଦିନିଆ ପ୍ରଶିକ୍ଷଣ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକଠାରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ୨ ଦିନିଆ ବ୍ଲକସ୍ତରୀୟ କଳାକାର ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଯାଇଛି l ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି କାଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ବ୍ଲକ ଉପାଧକ୍ଷ ଗୁଣସାଗ ମାଝୀ, ସିଡିପିଓ ସବିତା ଦାଶ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରସାଦ ଭୋଇ, ବ୍ଲକ କଳା ଓ ସଂସ୍କୃତି ଉପସଭାପତି ପରେଶ ସାହୁ ଓ ଜଗନ୍ନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବ୍ଲକର ବିଭିନ୍ନ କଳାକାର ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବାର୍ତ୍ତାଗୁଡିକ ସଚେତନତା ଉପରେ କର୍ମଶାଳା ହୋଇଥିଲା l ଏଥିରେ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଆମ ହସ୍ପିଟାଲ, ଫସଲ ରଣ ସୁଧ ରିହାତି, କ୍ରୀଡା, ଆମ ଓଡିଶା ନବୀନ ଓଡିଶା, ୫ ଟି ହାଇସ୍କୁଲ ରୂପାନ୍ତରୀକରଣ ବିଭିନ୍ନ ଯୋଜନା ଉପରେ ଗାଁ ଗାଁ ବୁଲି କିପରି ସଂଗୀତ ଓ ନୃତ୍ୟ ମାଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରିବେ ସେ ନେଇ ଉପସ୍ଥିତ କଳାକାର ମାନଙ୍କୁ ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଅବସର ଶିକ୍ଷକ ତପନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.