ବନ୍ଧପାରିଠାରେ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୩ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଧପାରିଠାରେ ବନ୍ଧପାରି କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଛି। ବନ୍ଧପାରି ସିଆରସିସି ତ୍ରିନାଥ ଶ୍ୟାମ କୁମାରଙ୍କ ଆବାହନରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ ଓ ଭାରତ ଭୂଷଣ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କ୍ଲଷ୍ଟରର ୧୯ଟି ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏଥିରେ ବକ୍ତୃତା, ପ୍ରବନ୍ଧ, କୁଇଜ୍, ସଙ୍ଗୀତ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ ଆଦି ୧୮ଗୋଟି ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମିଲେଟ୍ ପ୍ରୋତ୍ସାହନ ପାଇଁ ଓଡିଶା ମିଲେଟ୍ ଆଧାରରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ହୋଇଥିଲା। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇଥିଲେ। ସଭାପତିତ୍ଵ କରିଥିଲେ ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧିଷ୍ଠିର ମହାନନ୍ଦ। କସ୍ତୁରବା ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଲାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଦିଲ୍ଲୀପ ପରିଛା ଓ ଜିତେନ୍ଦ୍ର କୁମାର ପାଢ଼ୀ। ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଶିକ୍ଷକ ସନମ ମାଝୀ ଓ ଦିଲ୍ଲୀପ ମହାରଣା। ଆବାହକ ତଥା ସିଆରସିସି ତ୍ରିନାଥ ଶ୍ୟାମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.