ଗୋଲାମୁଣ୍ଡା ବ୍ଲକରେ ଦ୍ଵିଦିବସୀୟ ଲୋକକଳା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗାଁ ଲୋକଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ଵ କଳାର ପ୍ରଦର୍ଶନ କରିବା ନିମନ୍ତେ ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଭୁକ୍ତ ସମସ୍ତ ପଞ୍ଚାୟତର ଲୋକ କଳାକାର ଦଳ ମାନଙ୍କ ଦୁଇଦିନ ଧରି ଚାଲିଥିବା ଶିକ୍ଷା,ସୂଚନା ଓ ଲୋକ ସମ୍ପର୍କ ସମ୍ବନ୍ଧୀୟ ତାଲିମ ଆଜି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ କଳାକାରଙ୍କୁ ସଫଳ ତାଲିମ ସମାପନ ର ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଦ୍ୱିତୀୟ ଦିବସର ଏହି ତାଲିମ ପର୍ଯ୍ୟାୟରେ ରାଜ୍ୟ ସଂଶାଧନ କର୍ମୀ ଡ଼.ଅଜୟ ମିଶ୍ର, ବ୍ଲକ୍ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ଲକ୍ ସାଧନ କର୍ମୀ ଶୋଭାବନ ଭାଟି ଓ ତୁଳସୀରାମ ଅଘ୍ରିଆ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତ ରୁ ଆସିଥିବା ସଙ୍କୀର୍ତ୍ତନ, ବଜା ଶାଲ, ଢ଼ାପ, ପାଲା, ମୁହୁରି, ବାନବାଡି, ରାହାସ ଇତ୍ୟାଦି ଲୋକ କଳା ଦଳର ୧୫୦ରୁ ଉର୍ଦ୍ଧ କଳାକାରଙ୍କୁ ତାଲିମ ଦେବାସହ, ପ୍ରଦୀପ କୁମାର ମିଶ୍ର, ଜିଲ୍ଲା ସାଧନ କର୍ମୀ ତଥା ଉପସଭାପତି ବ୍ଲକ୍ କଳା ସଂସ୍କୃତି ସଂଘ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.