ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ

୧୭ ଜୁଲାଇରୁ ସମୂହ ଛୁଟିରେ ଯିବେ ଅମଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଅମଲା ଭବନ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତା ଓ ଆବାହକ ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଅମଲା ସଂଘ ଜିଲ୍ଲା ସଭାପତି ଓ ସମ୍ପାଦକ, ଟ୍ରେଜେରୀ ଅମଲା ସଂଘର ଜିଲ୍ଲା ସଭାପତି ଓ ସମ୍ପାଦକ, ଓଡିଶା ଅମଲା ସଂଘର ସଭାପତି ଓ ସମ୍ପାଦକ, ଉପନିବନ୍ଧକ ଅମଲା ସଂଘର ଜିଲ୍ଲା ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ବ୍ଲକସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ ଓ ଆବାହକ ଯୋଗଦେଇଥିଲେ। ଆବାହକ ଆଶୁତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଅମଲା ସଂଘ ସଭାପତି ସୁକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ରୂପକେଶରୀ ଦଳେଇ ଏକଜୁଟ ହୋଇ ଆନ୍ଦୋଳନ ଜାରି ରଖିବା ଉପରେ ମତ ରଖିଥିଲେ। ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ନଦେଇ ଶୃଙ୍ଖଳିତ ଆଚରଣ ପାଇଁ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଅଧ୍ୟକ୍ଷ ଶ୍ରୀ ମୁଣ୍ଡ ଆହ୍ୱାନ କରିଥିଲେ। ଏଥିରେ ଗୃହୀତ ପ୍ରସ୍ତାବ ମଧ୍ୟରେ ଜୁନ ମାସର ଆନ୍ଦୋଳନ ପ୍ରତ୍ୟାହୃତ ହେବାର ଅନେକ ଦିନ ଅତିବାହିତ ହେଲା ପରେ ମଧ୍ୟ ଦାବିପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ଆସନ୍ତା ୧୭ ଅକ୍ଟୋବର ଠାରୁ ପୁଣିଥରେ ଜିଲ୍ଲାରେ କାର୍ଯ୍ୟରତ ଅମଲା ସାମୁହିକ ଛୁଟିରେ ଯିବା, ଲିଖିତ ବିଜ୍ଞପ୍ତି ପ୍ରକାଶ ନ ହେବା ପର୍ଯ୍ୟନ୍ତ ସମୂହ ଛୁଟି ଜାରି ରଖିବା, ସମୂହ ଛୁଟିରେ ରହିବା ସମୟ ମଧ୍ୟରେ ୩୧ଅକ୍ଟୋବର ଦିନ ରାଜଧାନୀ ଭୁବନେଶ୍ବରରେ ଏକ ମହାସମାବେଶ ପାଇଁ ରାଜ୍ୟ ନେତୃତ୍ୱଙ୍କୁ ଅନୁରୋଧ କରାଯାଇଥିଲା। ଏଥିରେ ରାଜସ୍ୱ ଅମଲା ସଂଘର ଜିଲ୍ଲା ଉପସଭାପତି ନୀଳକଣ୍ଠ ଗଉଡ଼, ଟ୍ରେଜେରୀ ଅମଲା ସଂଘର ଜିଲ୍ଲା ସଭାପତି କୁରେଶ୍ବର ମାଝୀ, ଉପନିବନ୍ଧକ ଅମଲା ସଂଘ ସଭାପତି ଅଲେଖ ନାଏକ, ଓଡିଶା ଅମଲା ସଂଘ ରାଜ୍ୟ ଉପସଭାପତି ରତ୍ନାକର ଧଙ୍ଗଡାମାଝୀ, ମନୋରଞ୍ଜନ ଛତ୍ରପାଳ, ବିଶ୍ୱନାଥ ମୁଣ୍ଡ, ଜଗତ ବେହେରା, ଚନ୍ଦ୍ରଶେଖର ସାହୁ, ବ୍ରଜବନ୍ଧୁ ମୁଣ୍ଡ, ବିଶ୍ୱନାଥ ପାଢ଼ୀ, ଶିଶିର ଦାସ, ଟଙ୍କଧର ସାହୁ, ସୁଶାନ୍ତ ମେହେର, ଜଗନ ପଣ୍ଡା, ଅନମୋଲ ନାଏକ, ହୃଦାନନ୍ଦ ବାଗ ତଥା ଅନ୍ୟାନ୍ୟ ଅମଲା ମାନେ ନିଜ ନିଜ ମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.