ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଜେଲ ଯିବା ଘଟଣା: ପାଞ୍ଚ ପୁଅଝିଅଙ୍କୁ କଂଗ୍ରେସ ପକ୍ଷରୁ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବସନ୍ତପଡା ପଞ୍ଚାୟତରେ ରହିଛି କଂସାରୀ ଗାଁର ରାଜେଶ ମାଝୀଙ୍କ ଘର। ନିଶାଗ୍ରସ୍ତ ଅବସ୍ଥାରେ ରହି ସ୍ତ୍ରୀ ମାଲନ୍ତିଙ୍କୁ ମାଡମାରି ହତ୍ୟା ପରେ ସ୍ବାମୀ ରାଜେଶ ଜେଲରେ ରହିଥିବା ବେଳେ ସେମାନଙ୍କ ୫ଟି ପୁଅଝିଅ ଭୋକ ଉପାସରେ ଦିନ କାଟୁଛନ୍ତି। ଏନେଇ ବିଭିନ୍ନ ଖବର ପ୍ରକାଶ ପରେ ଲାଞ୍ଜିଗଡ଼ ବ୍ଳକ କଂଗ୍ରେସ କମିଟି ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ଉପଦେଷ୍ଟା କମିଟିର ସଦସ୍ୟ ଚାଞ୍ଚେର ମାଝୀ, ବ୍ଳକ ଜିଲ୍ଲା ପରିଷଦ ପାର୍ଥିନୀ ରଞ୍ଜିତା ମୁଣ୍ଡା, ଲାଞ୍ଜିଗଡ଼ ପଞ୍ଚାୟତ କଂଗ୍ରେସ ସଭାପତି କ୍ଷିତ ନାଏକ ପହଞ୍ଚି ସହାୟତା ପ୍ରଦାନ କରିବା ସହ କିପରି ଏହି ପାଞ୍ଚ ପୁଅଝିଅଙ୍କୁ ଥଇଥାନ କରାଯାଇପାରିବ ଆମେ ପ୍ରଶାସନ ନିକଟରେ ଅଭିଯୋଗ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତପଡା ପଞ୍ଚାୟତରେ ରହିଛି କଂସାରୀ ଗାଁରେ ରାଜେଶ ମାଝୀଙ୍କ ଘର। ସ୍ତ୍ରୀ ମାଲନ୍ତି, ୪ ଝିଅ ଓ ଗୋଟିଏ ଦେଢ଼ବର୍ଷର ପୁଅକୁ ନେଇ ଖୁସିରେ ରହୁଥିଲା ସଂସାର।ବଡ ଝିଅ ଲଷ୍ମୀପ୍ରିୟା(୧୦ ବର୍ଷ) ଲାଞ୍ଜିଗଡ଼ ବ୍ଳକ ବାତେଲିମା ପଞ୍ଚାୟତର ବାଣୀପଙ୍ଗା ଆଦିବାସୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ରହି ପଞ୍ଚମ ଶ୍ରେଣୀରେ ପଢୁଛି। ଦ୍ଵିତୀୟ ଝିଅ ସନ୍ଧ୍ୟାରାଣୀ(୯ ବର୍ଷ) ଛତ୍ରପୁର ପଞ୍ଚାୟତର ଆଦିବାସୀ ହଷ୍ଟେଲରେ ରହି ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ତୃତୀୟ ଝିଅ ବିଜୟଲଷ୍ମୀ (୪ ବର୍ଷ)ଚତୁର୍ଥ ଭଉଣୀ ସରୋଜିନୀକୁ ( ୩ ବର୍ଷ) ହେଉଛି।ଏହି ଦୁଇ ଭଉଣୀ କଂସାରୀ ଗାଁ ଅଙ୍ଗନବାଡି କେନ୍ଦ୍ର ଓ ପୁଅ ଅମିତବଚନ(ଦେଢ ବର୍ଷ) ଗାଁରେ ଥିବା ଶିଶୁ ଗୃହକୁ ଯାଉଥିଲା।
ଗାଁ ନିକଟରେ ଥିବା କମ୍ପାନୀରେ କାମ କରି ରାଜେଶ ପରିବାର ପ୍ରତିପୋଷଣ କରୁଥିଲେ। ତେବେ କିଛି ମାସ ହେବ କାମ ନଯାଇ ରାଜେଶ ମଦ ପିଇ ବୁଲୁଥିଲା। ଦଶହରା ଛୁଟି ଯୋଗୁଁ ଝିଅ ମାନେ ହଷ୍ଟେଲରୁ ଘରକୁ ଆସିଥିଲେ। ପୋଲିସର କହିବା ଅନୁସାରେ ପ୍ରାୟ ଦୁଇ ସପ୍ତାହ ତଳେ ମାଲନ୍ତି ସ୍ବାମୀ ରାଜେଶଙ୍କ ତାଙ୍କ ସହିତ ଜଙ୍ଗଲକୁ କାଠ ଆଣି ଯିବାକୁ କହିଥିଲେ।କାଠ ଆଣି ବିକ୍ରି କଲେ ଘର ଚଳିବ ବୋଲି କହିବାରୁ ରାଜେଶଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ରାଜେଶ ମାଲନ୍ତିଙ୍କୁ ପ୍ରବଳ ମାଡ଼ ମାରିବା ସହ ତଣ୍ଟିକୁ ଚିପି ଦେଇଥିଲେ।ମାଲନ୍ତିଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଘରେ ରହିଥିବା ବେଳେ ୪ ଦିନ କାଳ କୌଣସି ଡାକ୍ତରଖାନାକୁ ନେଇନଥିଲା। ଏହା ଜାଣିବା ପରେ ମାଲନ୍ତିଙ୍କ ବାପ ଘର ଲୋକ ଆସି ଜାଣିବା ପରେ ସେମାନେ ଆସି ତାଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖରେ ମାଲନ୍ତିଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ବାପଘର ଲୋକ ଶବକୁ ନେଇ ତାଙ୍କ ଗାଁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ୍ ଶିବପଦର ପଞ୍ଚାୟତ ପାଣିମୁଣ୍ଡା ଗାଁରେ ଶେଷକୃତ୍ୟ କରିଥିଲେ। ମାଲନ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟଲଷ୍ମୀ ହିକକା ଘଟଣାର ତଦନ୍ତ କରି ୨୯ ତାରିଖ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଅନ୍ୟ ପକ୍ଷରେ ଏହି ୫ ଜଣ ସନ୍ତାନ ମା’ଙ୍କ ମୃତ ଦେହକୁ ମଧ୍ୟ ଦେଖି ପାରିଲେ ନାହିଁ। ଗତ ୧ ତାରିଖରେ ସ୍କୁଲ ଖୋଲିଥିବା ବେଳେ ଲଷ୍ମୀପ୍ରିୟା ଓ ସନ୍ଧ୍ୟାରାଣୀ ମା’ଙ୍କ ମୃତ୍ୟୁ ଓ ବାପା ଜେଲ ଯିବା ପରେ ଛୋଟ ୨ ଭଉଣୀ ଓ ଭାଇକୁ ଛାଡି ହଷ୍ଟେଲକୁ ଫେରି ପାରୁନାହାନ୍ତି।ଘରେ ଭୋକ ଉପାସରେ ପଡିରହିଛନ୍ତି। ଏନେଇ ତୁରନ୍ତ ପ୍ରଶାସନ ଏହି ୫ ଭାଇଭଉଣୀଙ୍କୁ ଥଇଥାନ କରିବାକୁ ଦାବି ହୋଇଥିଲା। ଖବର ପ୍ରସାରିତ ପରେ ଲାଞ୍ଜିଗଡ଼ ବ୍ଳକ କଂଗ୍ରେସ କମିଟି ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ଉପଦେଷ୍ଟା କମିଟିର ସଦସ୍ୟ ଚାଞ୍ଚେର ମାଝୀ, ବ୍ଳକ ଜିଲ୍ଲା ପରିଷଦ ପାର୍ଥିନୀ ରଞ୍ଜିତା ମୁଣ୍ଡା, ଲାଞ୍ଜିଗଡ଼ ପଞ୍ଚାୟତ କଂଗ୍ରେସ ସଭାପତି କ୍ଷିତ ନାଏକ ଘରକୁ ଯାଇ ପାଞ୍ଚ ପୁଅଝିଅକୁ ସହାୟତା ପ୍ରଦାନ କରିବା ସହ ଅତିଶୀଘ୍ର କିପରି ଏମାନଙ୍କ ଥଇଥାନ କରାଯାଇପାରିବ ଆମେ ପ୍ରଶାସନ ସହିତ ଆଲୋଚନା କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.