ଭାରତ ପରେ ଏବେ ନେପାଳରେ ବ୍ୟାନ୍ ହେବ ଟିକଟକ୍ ଆପ୍: ଜାଣନ୍ତୁ କାହିଁକି ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତ ପରେ ବର୍ତ୍ତମାନ ନେପାଳ ସରକାର ଚାଇନା ସୋସିଆଲ ମିଡିଆ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନେପାଳ ସରକାର ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ନେପାଳ ସରକାରଙ୍କ ସୂଚନା ଓ ପ୍ରସାର ମନ୍ତ୍ରୀ ରେଖା ଶର୍ମା କହିଛନ୍ତି ଯେ ଟିକଟକକୁ ଶୀଘ୍ର ବ୍ୟାନ କରାଯିବ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ।ଦେଶର ସୁରକ୍ଷା ଏବଂ ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳ ସରକାର ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାର କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏକ ମୌଳିକ ଅଧିକାର, କିନ୍ତୁ ସମାଜର ବଡ଼ ବର୍ଗ ମଧ୍ୟରେ ଘୃଣାର ବକ୍ତବ୍ୟର ଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ମଧ୍ୟ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମାଲୋଚନା କରିଛି। ସୂଚନା ଥାଉକି, ଗତ ଚାରି ବର୍ଷ ମଧ୍ୟରେ ନେପାଳରେ ଟିକଟକ ଆପ୍ ଯୋଗୁଁ ୧୬୪୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ ଦେଶରେ ସାଇବର ଅପରାଧକୁ ରୋକିବା ପାଇଁ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ଟ ଭିଡିଓ ଆପ୍ ଟିକଟକ୍ ଆଜିର ଯୁବପିଢିଙ୍କୁ ଖରାପ ଦିଗକୁ ଗତି କରାଉଛି। ଏହାସହ ସାଇବର ସୁରକ୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମେ ଭାରତ ଏହି ଚାଇନା ଆପକୁ ବ୍ୟାନ କରିଥିଲା। ଆମେରିକା ମଧ୍ୟ ଟିକଟକ ଆପ ବ୍ୟାନ କରିବା ଉପରେ ଆଲୋଚନା କରିଥିଲା। ଏହା ପରେ ପରେ ବ୍ରିଟେନ, କାନାଡା, ପାକିସ୍ତାନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା। ପାକିସ୍ତାନରେ ଟିକଟକ୍ ଭିଡିଓ ଜରିଆରେ ଅଶ୍ଳୀଳତା ପରିବେଷଣ ନେଇ ସରକାରଙ୍କ ଗାଇଉଲାଇନ ଉଲଙ୍ଘନ ଅଭିଯୋଗ ଆସିଥିଲା। ଏହାକୁ ଆଧାର କରି ପାକ୍ ଟେଲିକମ୍ୟୁନିକେସନ ଅଥରିଟି ଟିକଟକ୍ ଆପ୍ ବ୍ୟାନ କରିଥିଲା। ବର୍ତ୍ତମାନ ନେପାଳ ମଧ୍ୟ ଟିକଟକ୍ ଆପକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.