ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦିଶାରୀ ମିଶନଶକ୍ତି କାଫେର ଶୁଭ ଉଦଘାଟନ କରିଛନ୍ତି। ଲାଞ୍ଜିଗଡ଼ ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ,ବିଜେଡି ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ପାତ୍ର ମାଝୀ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ହରିଶଙ୍କର ପାତ୍ର, ବିଜେଡ଼ି ମିଡ଼ିଆସେଲ ସଭାପତି ସନ୍ତୋଷ କୁମାର ତୁଳ, ପ୍ରମୁଖ ଉପସ୍ଥିତ ଥିଲେ। ତେବେ ରାସ୍ତା ସମସ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ତ୍ରିଲୋଚନପୁର ପଞ୍ଚାୟତର ପାର୍କ ଓ ଫୁଲଡୁମେର ଛେଳି ହଷ୍ଟେଲ ଉଦଘାଟନ କାର୍ଯ୍ୟକ୍ରମ ଅଧାରୁ ବାତିଲ ହୋଇଥିଲା।