ନୂଆପଡ଼ା ଜିଲ୍ଲାସ୍ତରୀୟ ମେହେର ସମାଜ କାର୍ଯ୍ଯକାରିଣୀ ବୈଠକ

ଓଡିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ମେହେର (ଭୁଲିଆ) ସମାଜର ଜିଲ୍ଲାସ୍ତରୀୟ କାର୍ଯ୍ଯକାରିଣୀ ବୈଠକ ରବିବାର ସ୍ଥାନୀୟ ଆନନ୍ଦ ଭବନ ଠାରେ ଜିଲ୍ଲା ତଥା ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି ା ବୈଠକରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ୍ଯ କମିଟିରୁ ଶତାଧିକ କର୍ମକର୍ତ୍ତା ଓ ଯୁବ ପ୍ରତିନିଧି ଯୋଗ ଦେଇଥିଲେ ା ବୈଠକରେ ସମାଜର ଉପଦେଷ୍ଟା ଡମ୍ବରୁଧର ମେହେର, ରାହାସ ବିହାରୀ ମେହେର, ପୂର୍ଣ୍ଣଚଂଦ୍ର ମେହେର ସମେତ ରାଜ୍ଯ ସଂପାଦକ ନବୀନ ଚଂଦ୍ର ମେହେର, ଜିଲ୍ଲା ସାଧାରଣ ସଂପାଦକ ସୁରେଶ୍ୱର ମେହେର, ସିନାପାଲି ଗ୍ରାମ୍ଯ କମିଟି ସଭାପତି ଟେଣୋ ମେହେର ପ୍ରମୁଖ ମଂଚାସିନ ଥିଲେ ା ପ୍ରାରମ୍ଭରେ ନିଳାଂଚଳ ମେହେର ଅତିଥିଙ୍କୁ ମଂଚକୁ ଆମଂତ୍ରଣ କରିବା ପରେ ମେହେର ସମାଜର ଗୌରବ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ କରାଯାଇଥିଲା ା ଏହାପରେ ସିନାପାଲି ଗ୍ରାମ୍ଯ କମିଟିର ସଭାପତି ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ସଭାର ଉଦ୍ଦେଶ୍ଯ ଉପସ୍ଥାପନା କରିଥିଲେ ା ବୈଠକରେ ଆଗାମୀ ଜାନୁଆରୀରେ ବରଗଡ଼ ଜିଲ୍ଲା ବରପାଲିରେ ହେବାକୁ ଥିବା କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ, ନୂଆପଡ଼ା ଜିଲ୍ଲା ବାର୍ଷିକ ଅଧିବେଶନ, ଜିଲ୍ଲା ଯୁବାମଂଚ ଗଠନ ଆଦି ବିଷୟରେ ବିଷଦ ଆଲୋଚନା କରାଯାଇଥିଲା ା କାର୍ଯ୍ଯକ୍ରମ ଆୟୋଜନରେ ଶିବପ୍ରସାଦ ମେହେର, ବୈଷ୍ଣବ ମେହେର, ହାଡ଼ୁରାମ ମେହେର, ରାମକୄଷ୍ଣ ମେହେର, ଆଲୋକ ମେହେର, ଶଙ୍କର ମେହେର, ଜଗନ୍ଯ ମେହେର, ସାନୁର୍ଯ୍ଯ ମେହେର ପ୍ରମୁଖଙ୍କ ସହ ସିନାପାଲି ଗ୍ରାମ୍ଯ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ା ଶେଷରେ ଜିଲ୍ଲା ସଂପାଦକ ରୂପେଶ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ ା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.