କେସିଂଗା,୭/୬ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କଣ୍ଡରେଇ ଗ୍ରାମର ମୁଖ୍ୟରାସ୍ତା ଉପରେ ନଳକୂପରେ ପାଣିଜମା ହେବାର ଦେଖିବାକୁ ମିଲୁଛି । ଏହି ଗ୍ରାମରେ ତିନୋଟି ନଳକୂପ ଥିଲେମଧ୍ୟ ଦୁଇଟି ନଳକୂପରେ ଦୂଷିତ ପାଣି ବାହାରୁଥିବା ବେଳେ ଏକ ମାତ୍ର ନଳକୂପରେ ପିଇବାପାଇଁ ସୁଦ୍ଧପାଣି ବାହାରୁଥିବାର ଦେଖିବାକୁ ମିଳୁଛି । ହେଲେ ପରିତାପର ବିଷୟ ହେଉଛିଯେ, ରାସ୍ତାଉପରେ ନଳକୂପ ଥିବାବେଳେ ଦୁଇପାର୍ଶ୍ୱରେ ଘର ରହିଥିବାରୁ ପାଣି ରାସ୍ତା ମଝିରେ ପାଣି ଜମାହେବା ସହ ଲୋକଙ୍କ ଯାତାୟତରେ ବହୁଅସୁବିଧା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବିଷୟରେ ସ୍ଥାନୀୟ ପଞ୍ଚାୟତ କତୃପକ୍ଷ କିମ୍ବା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି । ରାସ୍ତାରେ କିଛିନଳ ପୋତି ଅନ୍ୟ ପାର୍ଶ୍ୱରେ ଥିବା ଜମି ପର୍ଯ୍ୟନ୍ତ ନଳ ନେଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ ଅଧିବାସୀମାନେ ମତ ପ୍ରକାଶ କରିଛନ୍ତି ।