ବର୍ଷା ଆସୁଛି ଆସୁ
ଫେରିଯାଉ
ମୋର ବା କି ଯିବ
ମୁଁ ଛୋଟ …. .
ମୁଁ ମୋର ପରିଚୟ ନେଇ
ବଞ୍ଚି ସାରିଛି
ଶୀତର କାକର ଟୋପରେ ।।
ତିନ୍ତି ସାରିଛି ଗ୍ରୀଷ୍ମ ର ଝଡ଼ରେ
ମୋ ମୃତ୍ୟୁର ପ୍ରତିଟି ସୁଗନ୍ଧରେ
ମହକାଇ ସାରିଛି
ଶୀତର ପ୍ରତିଟି ସକାଳ
କାର୍ତ୍ତିକ ଠୁ ମଗୁଶୀର
ଆଉ କେତେ ପକ୍ଷୀ ର କାକଳି ।।
ମୋ ସୁଗନ୍ଧ ରେ
ଶୀତ ସକାଲଟାକୁ
ଛନ୍ଦି ସାରିବା ପରେ
ବର୍ଷା ର କି ପ୍ରୟୋଜନ
ମୋ ଜନ୍ମ ସୁଗନ୍ଧ ବିତରଣେ
ଅନ୍ୟତ୍ର ବଂଚିବାର
ପରିକଳ୍ପନା ମିଛ ସବୁ ମିଛ
ମହକ ବିନା
କି ବା ମୁଁ ପ୍ରୀତିର ବାସନା ।।
ବର୍ଷା ଆସିଛି ଆସୁ
ତୁମ ସହ ସଙ୍ଗମ କରି କରି ଧୂଳି ସରସର ରାସ୍ତାକଡ ରେ
ମଧୁମାଳତୀ ଚମ୍ପାକୁ ନେଇ କିନ୍ତୁ ମୁଁ
ମୋବାସନରେ ବିତରିଛି
କେବେ କେତେ ପ୍ରାଣୀ ମନ ମୋହିଛି ……
ସବୁ ଶୀତ ସକାଳରେ
ମୁକ୍ତା ର ସ୍ପର୍ଶ ପାଇ
କେବେ ଗାଲିଚା ପାଖେ
ପୁଣି କେବେ ମଶାଣିର ଅନ୍ତସ୍ୱର ହୋଇ
ଲିଭି ସାରିଛି ମୁଁ ଦୀପ
ଝଡି ହୋଇଛି
ମୁଁ ମଉଳା ଫୁଲଟିଏ
ତଥାପି ମୁଁ
ଶ୍ରେଷ୍ଠ ତୁମ ସ୍ପର୍ଶ ବିନା
ତିନ୍ତିଛି ପ୍ରତିଟି ରଜନୀ
ବିତରି ମୋ ବାସନା ।।
ତପନ କୁମାର ସାହୁ
ଟକାରୁମାଲ, ରିଞ୍ଜା, କଳାହାଣ୍ଡି
For latest news & updates, click on bell button and subscribe to notifications.
Like us on Facebook👇