ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମଦନପୁର ରାମପୁର ଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ତାଲିମ ଶିବିରର ଦ୍ବିତୀୟ ଦିବସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଅଧିନସ୍ଥ ଓଡିଶା ରକ୍ତକେନ୍ଦ୍ରର ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟନ୍ତୀ ବାଳା ନାୟକ ଶିବିରାର୍ଥୀମାନଙ୍କୁ ରକ୍ତଦାନ ଶିବିରର ମହତ୍ତ୍ଵ ବିଷୟରେ ବୁଝାଇଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଓ ଶିବିରର ସ୍ବେଚ୍ଛାସେବୀ ତଥା ପରାମର୍ଶଦାତାମାନେ ରକ୍ତଦାନ କରିଥିଲେ।