ନର୍ଲା ଡିଗ୍ରୀ ମହାବିଦ୍ୟାଳୟଠାରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂଆ ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍ଘାଟିତ ହୋଇଯାଇଛି। ନର୍ଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ଯକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସମିତିର ସଭାପତି କ୍ଷୀରସିନ୍ଧୁ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅଧ୍ୟାପକ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ କାର୍ଯ୍ୟକମ ପରିଚାଳନା କରିଥିଲେ। ଆୟୋଜକ ଓ ଅତିଥି ବୃନ୍ଦ ବିଘ୍ନ ବିନାଶକ ଗଣପତିଙ୍କ ଠାରେ ପୂଜନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କଲେଜର ଅଧ୍ୟକ୍ଷ ଶ୍ରୀ ନାଏକ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଛାତ୍ର ମଙ୍ଗଳ କାର୍ଯ୍ୟକ୍ରମରେ ଛାତ୍ରଛତ୍ରୀ ମାନଙ୍କ ମାନସିକ, ବୌଦ୍ଧିକ ଓ ଶାରୀରିକ ବିକାଶ ହେବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ରାଜ୍ୟ ସରକାରଙ୍କର ଏହି ଛାତ୍ରଛାତ୍ରୀ ଦକ୍ଷତା ବୃଦ୍ଧି କାର୍ଯ୍ୟକମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଶନିବାର ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲାରେ ମଧ୍ୟ ଆରମ୍ଭ ହେଇଛି “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକମ। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକମ ଆସନ୍ତା ୩୧/୧୨ ଯାଏଁ ଚାଲିବ। ଏଥିରେ ଖେଳ ବିଭାଗରେ ଫୁଟବଲ, ଭଲିବଲ, ଦୌଡ଼, ବେଡମିଣ୍ଟନ, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମାଜିକ କାର୍ଯ୍ୟକ୍ରଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ଏନେଇ ମଞ୍ଚରେ ସଭାପତି ଶ୍ରୀ ସାହୁ ଘୋଷଣା କରିଥିଲେ। ସମନ୍ଵିତ ଯୁବ ବିକାଶ ଯୋଜନା (ଆଇୱାଇଡିପି) ଅଧିନରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥିରେ ଛାତ୍ର ଛାତ୍ରୀଙ୍କ ମାନସିକ ଓ ଶାରୀରିକ ଦକ୍ଷତାର ବିକାଶ ହେବ। ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ କାର୍ଯ୍ୟକମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ପାର୍ବତୀ ଦାସ, ପିଇଟି କ୍ଷିତିଶ ଚନ୍ଦ୍ର ବଗର୍ତ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ଘଡେ଼ଇ, ଅଧ୍ୟାପିକା କୌଶଲ୍ୟା ଗଡବା, କର୍ମଚାରୀ ସନ୍ତୋଷ ନାଏକ, କିଶୋର ଚାନ୍ଦ, ପରିଚାଳନା ସମିତି ସଦସ୍ୟା ନମିତା ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା ଡିସେମ୍ବର ୩୧ରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.