ହାତୀ ଆକ୍ରମଣରେ ନର୍ଲା ରେଞ୍ଜରଙ୍କ ଅବସ୍ଥା ସଂକଟାପନ୍ନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବନାଞ୍ଚଳ ପାର୍ଶ୍ଵବର୍ତ୍ତୀ ଗ୍ରାମମାନଙ୍କରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାକୁ ଲାଗିଛି। ହାତୀପଲ ଜନବସତି ମୁହାଁ ହୋଇ ଧନ ଜୀବନ ହାନି କରୁଛନ୍ତି। ବର୍ତ୍ତମାନ ଫସଲ ଅମଳ ସମୟରେ ହାତୀପଲ ଚାଷଜମିରେ ପଶି ବ୍ୟାପକ ନଷ୍ଟ କରୁଛନ୍ତି। ଆଜି ରବିବାର ୧୦/୧୨/୨୦୨୩ ଦିନ ସକାଳେ ହାତୀ ଆକ୍ରମଣର ଶିକାର ହୋଇ ନର୍ଲା ବନବିଭାଗର ରେଞ୍ଜର ପ୍ରଶାନ୍ତ ପାଳ ଗୁରୁତର ହୋଇଥିବା ଖବର ମିଳିଛି। ପ୍ରାପ୍ତ ସୂଚନା ଆଧାରରେ ଆଜି ସକାଳେ ତୁଳାପଡା ଗାଁ ଆମପଡା ନିକଟରେ ହାତୀପଲ ରହିଥିବା ଖବର ପାଇ ରେଞ୍ଜର ଶ୍ରୀ ପାଳ ହାତୀ ଘଉଡା ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରେଞ୍ଜର ପ୍ରଶାନ୍ତ ପାଳ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେ ଅତି ସଙ୍କଟାପନ୍ନ ହୋଇ ପଡିଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତବର୍ଷ ଏହି ସମୟରେ ନର୍ଲା ଫରେଷ୍ଟର ଭବାନୀ ଶଙ୍କର ନାଏକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.