ରାୟଗଡା ଡ଼ିଏଲଏସଏ ପକ୍ଷରୁ ୧୧ଜଣ ଶ୍ରବଣ ବାଧିତଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନ ଦ୍ବାରା ପରିଚାଳିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ ଆଶ୍ରିତ ସମୁଦାୟ ୫୦ ଜଣ ବରିଷ୍ଠ ନାଗରିକ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୧୧ ଜଣ ଶ୍ରବଣ ବାଧିତ ବରିଷ୍ଠ ନାଗରିକ ମାନଙ୍କୁ ଚିହ୍ନଟ କରାଯାଇ ଆଜି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମମାନ କରାଯାଇ ଆସୁଥିବା ବେଳେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ତାଙ୍କର ସେବା ମନୋଭାବ ଦୃଷ୍ଟାନ୍ତମୂଳକ । ଶ୍ରବଣ ଯନ୍ତ୍ର ବଣ୍ଟନ ସମୟରେ ତାଙ୍କ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.