ସରସ୍ବତୀ ଶିଶୁ ମନ୍ଦିର ପୁରୁଷୋତ୍ତମପୁରଠାରେ ଶିକ୍ଷା ପରିଷଦ ବୈଠକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସରସ୍ବତୀ ଶିଶୁ ମନ୍ଦିର ପୁରୁଷୋତ୍ତମପୁର ଠାରେ ସଂକୁଳ ସ୍ବରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସିକା ସଂକୁଳ ଅନ୍ତର୍ଗତ ଆସିକା, କବିସୂର୍ଯ୍ୟନଗର, ହିଂଜିଳିକାଟୁ, କଙ୍କୋରଡା, ମୁଣ୍ଡମରାଇ, ଶିକିରି, କୁକୁଡାଖଣ୍ଡି ଓ ପୁରୁଷୋତ୍ତମପୁର ଆଦି ୮ଟି ଶିଶୁ ବିଦ୍ୟା ମନ୍ଦିର ମୋଟ ୪୮ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ।  ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ମନ୍ଦିର ସଭାପତି  ଜଗବନ୍ଧୁ ଦଳାଇ ଅଧ୍ଯକ୍ଷତା କରିଥିଲେ। ସଂକୁଳ ସଂଯୋଜକ ତଥା ଆସିକା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନି ଶିକ୍ଷା ପରିଷଦ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଗଞ୍ଜାମ ବିଭାଗ କାର୍ଯ୍ୟବାହ ପ୍ରତାପ କେଶରୀ ଦାମଲ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ର ସଫଳତା ବିଷୟରେ ମାର୍ଗଦର୍ଶନ କରିଥିଲେ। ଶିଶୁ ମନ୍ଦିରର ନିରଞ୍ଜନ ଡାକୁଆଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଗଣିତ, ଇଂରାଜୀ, ସାହିତ୍ୟ, ବିଜ୍ଞାନ ଓ ସାମାଜିକ ଆଦି ମୁଖ୍ୟ ବିଷୟର ତ୍ରୁଟି ବିଚ୍ୟୁତିର ସମାଧାନ କରିଥିଲେ। ଏହା ସହ ସମ୍ପାଦକ ଡଃ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.