ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠରେ ଶନିବାର ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ତହସିଲଦାର ନବିନ କିଶୋର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ଡାକ୍ତର ଅନୀଲ ମେହେର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଆପଣଙ୍କ ବହୁମୂଲ୍ୟ ରକ୍ତ ଅନ୍ୟ କାହାରି ଜୀବନ ବଞ୍ଚାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଗ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପ୍ରମୁଖ ଯୋଗଦେଇ ଥିଲେ। ସମ୍ବାଦର କୋକସରା ପ୍ରତିନିଧି ପରେଶ୍ ପଟ୍ଟନାୟକ ଓ କୋକସରା ବ୍ଳକ ସଂଯୋଜକ ତଥା କନକ ଟିଭି ପ୍ରତିନିଧି ଶରତ ଚନ୍ଦ୍ର ରାଉତଙ୍କ ତତ୍ତ୍ବବଧାନରେ ଶିବିର ପରିଚାଳନା ହୋଇଥିଲା। ଭବାନୀପାଟଣା ରକ୍ତ ଭଣ୍ଡାରର ଏଲଟି ଡମ୍ବରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ଆଟେଣ୍ଟାଣ୍ଟ ଗିରିଶ ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏକଲବ୍ୟ ସାହୁ, ମଲୟ ବାଗ, ଜ୍ଞାନରଞ୍ଜନ ପ୍ରଧାନୀ, ଲୋକେଶ ରାଉତ, ସୁରେଶ ଚନ୍ଦ୍ର ରାଉତ, ଅଭିଷେକ ଦାସ, ହିମାଂଶୁ ବାଗ, ପୁରୁଷୋତ୍ତମ ସିଂ ରାଜପୁତ ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ତୁଲାରାମ ବେହେରା, ପୁରୁଷୋତ୍ତମ ସିଂ ରାଜପୁତ, ଜଗଦୀଶ ନାଏକ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.