ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ଶ୍ରୀ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିରରେ ବିଶ୍ବର କଲ୍ୟାଣ ନିମନ୍ତେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଟା ରୁ ଆରମ୍ଭ ହୋଇ ଏହା ଦିବା ଘ ୩.୧୦ମି ମଧ୍ୟେ ଆଳତି ପୁଷ୍ପାଞ୍ଜଳୀ ହୋଇଥିବା ବେଳେ ପରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ପୂଜକ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର, ପିତବାସ ମିଶ୍ର, ରଘୁନାଥ ମିଶ୍ର, ଶ୍ରୀତମ ମହାପାତ୍ର, ଉତ୍ତମ ପଣ୍ଡା, ନାଦୁ ରାୟଗୁରୁ, ପୂର୍ଣ୍ଣଚନ୍ଦ୍ର ଦାସ, ଲେକୁଡୁ ମିଶ୍ର, ଜୟ ମହାପାତ୍ର, ସୌମ୍ୟ ରଞ୍ଜନ ମିଶ୍ର ପ୍ରମୁଖ ଏହି ଯଜ୍ଞରେ ଅଂଶ ଗ୍ରହଣ କରିଥିଲେ ଏବଂ ସହରର ଅନ୍ୟାନ୍ୟ ଭକ୍ତମାନେ ମଧ୍ୟ ଉପସ୍ଥିତ ଥିଲେ।