୨୭ତମ ପ୍ରତିଷ୍ଠା ଦିବସ ପାଳିଲେ ରାୟଗଡା ବିଜୁ ଜନତା ଦଳ

ସାଧାରଣ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶାସକ ବିଜୁ ଜନତା ଦଳ (ବିଜେଡି)ର ୨୭ତମ ପ୍ରତିଷ୍ଠା ଦିବସ ରାୟଗଡା ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି। ରାୟଗଡା ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟ ଓ ରାୟଗଡା ନିର୍ବାଚନ ମଣ୍ଡଳି ବିଜେଡି ସଂଗଠନ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ବସ ଟର୍ମନସ୍ ପରିସରରେ ଥିବା ପ୍ରବାଦ ପୁରୁଷ ମହା ଜନ ନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଆଜି ପୂର୍ବାହ୍ନରେ ରାୟଗଡା ବିଜେଡିର ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ମୋ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର ରାଓ, ରାଜ୍ୟ ଯୁବ ବିଜେଡି ଉପସଭାପତି ଦେବାଶିଷ ଖାଡଙ୍ଗା, ବରିଷ୍ଠ ନେତା କାଶି ନାଇଡୁ, ସନ୍ତୋଷ ପାତ୍ର, ଜିଲ୍ଳା ପରିଷଦ ସଭ୍ୟା ପଦ୍ମାବତୀ ମାଣ୍ଡାଙ୍ଗି, ବ୍ରଜ ସୁନ୍ଦର ନାୟକ, ବିରଜା ପାତ୍ର, ସତ୍ୟସୁନ୍ଦର ପାଢୀଙ୍କ ସମେତ ବିଜେଡି କର୍ମୀ କାର୍ଯ୍ୟାଳୟର ଶତାଧିକ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ, ଜନ କଲ୍ୟାଣକାରୀ ଯୋଜନା ତଥା ସମସ୍ତ ବର୍ଗର ଲୋକଙ୍କ ବିକାଶକୁ ବିଜେଡି ଗୁରୁତ୍ୱ ଦେଇ ଆସୁଥିବାରୁ ଆଜି ଆମେ ୨୭ତମ ପ୍ରତିଷ୍ଠା ଦିବସ ସମଗ୍ର ରାଜ୍ୟରେ ପାଳନ କରାଯାଉଛି ବୋଲି ଶ୍ରୀ କୋଣ୍ଡାବାବୁ କହିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଥରେ ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱ ସରକାର ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ଆହ୍ୱନ କରିଛନ୍ତି। ନବୀନ ସରକାରରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ଉପଲବ୍ଧ ଥିବାରୁ ରାଜ୍ୟର ସାଢେ ଚାରିକୋଟି ଜନତା ଉପକୃତ ହୋଇ ପାରିଛନ୍ତି ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ।

ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଠାରୁ ରିଙ୍ଗ ରୋଡ ସ୍ଥିତ ବିଜେଡି କର୍ମୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାଣ ଫୁଟାଇ ବାଜା ବଜାଇ ଶତାଧିକ କର୍ମୀ, ନେତାଙ୍କ ଗହଣରେ ଶୋଭାଯାତ୍ରା ବାହାରିଥିଲା। ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ଏନ. ଭାସ୍କର ରାଓଙ୍କ ନେତୃତ୍ୱରେ ରାୟଗଡା ନିର୍ବାଚନ ମଣ୍ଡଳି ବିଜେଡି ପକ୍ଷରୁ ମଧ୍ୟ ୨୭ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ବିଜେଡି ଦଳ ପ୍ରତି ରାଜ୍ୟବାସୀଙ୍କ ଭଲ ପାଇବା ରହି ଆସିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରାଜ୍ୟକୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି। ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଯୋଗୁଁ ଆଜି ସବୁ ବର୍ଗ ଉପକୃତ ହୋଇପାରିଛନ୍ତି। ଆଦିବାସୀ ବହୁଳ ରାୟଗଡା ଜିଲ୍ଳା ମଧ୍ୟ ଶିଳ୍ପ କ୍ଷେତ୍ରରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଜୁଳି ଭଳି ଅନେକ କ୍ଷେତ୍ରରେ ବିକାଶ କରୁଛି ଏବଂ ଆସନ୍ତା ୨୦୨୪ସାଧାରଣ ନିର୍ବାଚନରେ ରାୟଗଡା ଜିଲ୍ଳାର ତିନୋଟି ନିର୍ବାଚନ ମଣ୍ଡଳି ଓ କୋରାପୁଟ ଲୋକସଭା ସାଂସଦ ଆସନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭାସ୍କର ରାଓ ପ୍ରକାଶ କରିଛନ୍ତି। ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସଂପାଦକ ଜଗଦୀଶ ପାତ୍ର,ରାଜ୍ୟ ମହିଳା ବିଜେଡି ଉପସଭାପତି ଶ୍ରୀମତି ସୁଜାତା ପାଳ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଳା ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତି ଶର୍ମିତା ପାଢୀ, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, କାଶିପୁର ବ୍ଳକ ଅଧ୍ୟକ୍ଷ କଣ୍ଠ ମାଝି, ହରପ୍ରସାଦ ହେପ୍ରୁକା, ତପନ ପେଦେଂଟି, ବିନାୟକ କର,ଅମୀୟ ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିବା ବେଳେ ବିଶେଷ ଆର୍କଷଣ ଭାବେ ଓଲିଉଡ୍ ଷ୍ଟାର ରାକେଶ ଦେଓ ଯୋଗ ଦେଇଥିଲେ। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଯାଏଁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ଦଳୀୟ କର୍ମୀ, ପଦାଧିକାରୀ, କାଉନସିଲର, ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.