କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ନିଆରା ଢଙ୍ଗରେ ୨୭ତମ ପ୍ରତିଷ୍ଠା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ରାଜ୍ୟସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସକୁ ନେଇ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ  ଭବାନୀପାଟଣା ଠାରେ କମ୍ବଳ ବଣ୍ଟନ କରାଯାଇଛି। ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଦୁର୍ଗା ମଣ୍ଡପ, ହନୁମାନ ମନ୍ଦିର ପାଖରେ ବସୁଥିବା ଭିକ୍ଷୁକ ଏବଂ ଭବାନୀପାଟଣା ସହରର କିଛି ଅସହାୟ ଅବସ୍ଥାରେ ଥିବା ବୟସ୍କ ବ୍ୟକ୍ତି, ନିରାଶ୍ରୟ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ କମ୍ବଳ ବଣ୍ଟନ କରି ବିଜେଡିର ପ୍ରତିଷ୍ଠା ଦିବସକୁ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଅଭିଷେକ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ଜିତେନ୍ଦ୍ର ବେହେରା, ଟାଉନ ସଭାପତି ନବୀନ ନାୟକ, କାମାକ୍ଷ ସିଂହ ଦେଓ, ବୀର ନିଆଲ, ରୋମାଞ୍ଚଳ ମେହେର, ମାନସ ରାଉତ , ବିକାଶ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଛାତ୍ର ବିଜେଡିର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.