ସାରାବଙ୍ଗ କୋସଲୀ ଧନୁଯାତ୍ରା ଉଦଘାଟିତ

ଉଗ୍ରେସନ ରାଜୁତି, ଦୁର୍ମିଳାସୁର ବଧ ମଞ୍ଚସ୍ଥ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ ବିରାଟ କୋସଲୀ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଆଜି ଅପରାହ୍ନରେ ସାରାବଙ୍ଗ ମିନି ଷ୍ଟାଡିଅମ ସ୍ଥିତ କଂସ ଦରବାର ସ୍ଥଳରେ ଭୂମି ପୂଜନ ହୋଇଥିଲା। ସନ୍ଧ୍ୟାରେ ଗାଁର ଇଷ୍ଟଦେଵୀ ମା ଶୀତଲା ଓ ମା ଦ୍ୱାରସେନୀଙ୍କ ପୀଠରେ ପୂଜାର୍ଚନା କରି ଧନୁଯାତ୍ରା ଆୟୋଜନ ପାଇଁ ଆଜ୍ଞାମାଳ ଅଣାଯାଇଥିଲା। ସେଠାରୁ ଏକ ମଶାଲ ଯାତ୍ରା ବାହାରି ଗାଁ ପରିକ୍ରମା କରି ମହାରାଜା କଂସଙ୍କ ଦରବାର ନିକଟରେ ସ୍ଥାପନ କରାଯାଇଥିଲା। ପରେ ମଙ୍ଗଳବାର ରାତି ୯ଟାରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧନୁଯାତ୍ରା ମହୋତ୍ସବକୁ ସାରାବଙ୍ଗ ସରପଞ୍ଚ ରଥବାଇ ପଟେଲ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାରାବଙ୍ଗ ସମିତି ସଭ୍ୟା ଜାଗୃତି ସାହୁ, ସମାଜସେବୀ ପ୍ରକାଶ ଦୀକ୍ଷିତ, ଲାଲସିଂ ମାଝୀ, ରାମଚରଣ ସାହୁ, ପୁନିତ ରାଉତ, ପ୍ରେମ ଶଙ୍କର ଦେୱାଙ୍ଗନ, ବିଜେଡି ନେତା ପୁରୁଷୋତ୍ତମ ଦେୱାଙ୍ଗନ, ନାଏବ ସରପଞ୍ଚ ଜୟ ପ୍ରକାଶ ସାହୁ, ସମାଜସେବୀ ହୀରା ଦଣ୍ଡସେନା, ମହେଶ ଦେୱାଙ୍ଗନ, ଜୋହାନ ଲାଲ ରାଉତ, ବିକାଶ ଦୀକ୍ଷିତ, ଚନ୍ଦନ ଦେୱାଙ୍ଗନ, ଭୋଳାନାଥ ଦେୱାଙ୍ଗନ, ଲଖନ ରାଉତ, ରାମାନନ୍ଦ ସାହୁ, ନୋହରଲାଲ ଦଣ୍ଡସେନା, ୱାର୍ଡ ମେମ୍ବର ସଭ୍ୟ ଚୈନ ସିଂ ଜଗତ, ଭୁବନେଶ୍ୱର ଦଣ୍ଡସେନା, କାବେରୀ ପଟେଲ, ଅନିତା ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ରାତିରେ ମଥୁରା ନଗରୀରେ ମହାରାଜ ଉଗ୍ରେସନଙ୍କ ରାଜୁତି ଚାଲିଥିଲା। ଯୁବରାଜ କଂସଙ୍କ ହସ୍ତରେ ଦୁର୍ମିଳାସୁର ବଦ୍ଧ ହୋଇଥିଲା। ମଥୁରା ନରେଶ ଉଗ୍ରେସନଙ୍କ ନିର୍ଦେଶ କ୍ରମେ ସୈନ୍ୟସାମନ୍ତ ଯୁବରାଜ କଂସଙ୍କୁ ଖୋଜିବାକୁ ଯିବା ଦୃଶ୍ୟ ନାଟକ ମାଧ୍ୟମରେ ପରିବେଷଣ ହୋଇଥିଲା। କଂସ ଭୂମିକାରେ ସଲଙ୍ଗୀପଡାର ଶିକ୍ଷକ ମଧୁସୂଦନ ପାଣିଗ୍ରାହୀ ଅଭିନୟ କରୁଛନ୍ତି। ରାତିରେ ଦର୍ଶକ ମାନେ ରାଜ ଦରବାର, ଦୁଲଦୁଲି, ବଜାଶାଳ ଓ ମିନା ବଜାରର ମଜା ଉଠାଇଛନ୍ତି। ଆୟୋଜକ କମିଟି ସଭାପତି ଗୋପଳ ପଟେଲ, ଉପ ସଭାପତି ଗୋବିନ୍ଦ ଦଣ୍ଡସେନା, ସମ୍ପାଦକ ଚେନ ସିଂ ଜଗତ, ଯୁଗ୍ମ ସମ୍ପାଦକ ଭୁବନେଶ୍ୱର ଦଣ୍ଡସେନା, କୁସଲ ପଟେଲ, କମଲ ରାଉତ, ହୀରା ନାୟକ, ଦେୱାନନ୍ଦ ଦେୱାଙ୍ଗନ, କୋଷାଧକ୍ଷ ପ୍ରତିକ ଦେୱାଙ୍ଗନ, ଉପ କୋଷାଧକ୍ଷ ସନ୍ତୋଷ ଦଣ୍ଡସେନା, ଅଗଷ ଦଣ୍ଡସେନା, ଆଶିଷ ଦେୱାଙ୍ଗନ, ଗୋବିନ୍ଦ ରାଉତ, ଉମେଶ ରାଉତ, ତୁଲେଶ ପଟେଲ, ଦୀନେଶ ପଟେଲ, କୌଶିକ ସାହୁ, ନନ୍ଦୁ ରାଉତ, ପୁରୁଷୋତ୍ତମ ରାଉତ, ଗଜେନ୍ଦ ରାଉତ, ହେମନ୍ତ ଦେୱାଙ୍ଗନ, ରିତେଶ ଦେୱାଙ୍ଗନ, ଗୋପୀଚାନ୍ଦ ଦେୱାଙ୍ଗନ, ୟୋଗେଶ ଦଣ୍ଡସେନା, ଅଶୋକ ପଟେଲ, କସିରମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.