ଦାବି ପୂରଣ ନ ହେଲେ ଝାଡୁ ଛାଡ ଆନ୍ଦୋଳନର ଚେତାବନୀ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ରହିଛନ୍ତି ରାୟଗଡା ପୈାରସଂସ୍ଥାର ସଫେଇ କର୍ମଚାରୀ । ଫଳରେ ପୈାରାଂଚଳର ବିଭିନ୍ନ ୱାର୍ଡରେ କୁଢ କୁଢ ଅଳିଆ ଆର୍ବଜନା ମଧ୍ୟରେ ଦିନ କାଟିବାକୁ ପଡୁଛି ୱାର୍ଡବାସୀଙ୍କୁ । ଚଳିତ ବର୍ଷ ପ୍ରାରମ୍ଭରେ ହିଁ ସଫେଇ କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିଛନ୍ତି । ଜାନୁଆରୀ ୧ତାରିଖରେ ପୈାର ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ୨ତାରିଖରେ ପୈାରସଂସ୍ଥା କାର୍ଯ୍ୟାଳୟରୁ ବାହାରି ଜିଲ୍ଳା ଶ୍ରମ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସରକାରଙ୍କ ନିର୍ଦ୍ଧାରିତ ଦୈନିକ ମଜୁରୀ ସର୍ବନିମ୍ନ ୩୫୨ଟଙ୍କା ପ୍ରଦାନରେ ସେମାନଙ୍କ ପରିବାର ଭରଣପୋଷଣ କରିବା ଏକପ୍ରକାର କଷ୍ଟକର ହୋଇ ପଡୁଥିବାରୁ ଦୈନିକ ୪୦୦ଟଙ୍କା ମଜୁରୀ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଠିକା ସଂସ୍ଥା ଅଧିନରେ ସଫେଇ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ ଠିକା ସଂସ୍ଥା ଦ୍ୱାରା ସେମାନଙ୍କୁ ବିଭିନ୍ନ ଆଳରେ ଶୋଷଣ କରାଯାଉଥିବା ଅଭିଯୋଗ କରାଯାଇଛି । ନିୟମିତ ଭାବେ ଦରମା ପ୍ରଦାନ ନ କରିବା, ଛୋଟ ଛୋଟ ଭୁଲରେ କାର୍ଯ୍ୟରୁ ଛଟେଇ ଦେବା, ସ୍ୱାସ୍ଥ୍ୟ ସେବା ବିଷୟରେ ନ ବୁଝିବା, କାମ କରିବା ବେଳେ ସୁରକ୍ଷା ସାମଗ୍ରୀ ପ୍ରଦାନ ନ କରୁଥିବାରୁ ଠିକା ସଂସ୍ଥାରେ ସଫେଇ କର୍ମଚାରୀଙ୍କୁ ନିୟୋଜିତ ନ କରାଯାଇ ସିଧାସଳଖ ପୈାର ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବା ଭଳି ଦାବି କରାଯାଇଛି । ଆସନ୍ତା ଜାନୁଆରୀ ୫ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତେବେ ଝାଡୁ ଛାଡ ଆନ୍ଦୋଳନ କରାଯିବ ବୋଲି ଭାରତୀୟ ମଜୁଦର ସଂଘ ସାଂଗଠନିକ ସଂପାଦକ ଖଗେଶ୍ୱର ସିଂ ପ୍ରକାଶ କରିଛନ୍ତି । ଅପରପକ୍ଷେ ଦୈନିକ ମଜୁରୀ ବୃଦ୍ଧି କରିବା ତଥା ସ୍ଥାୟୀ ନିଯୁକ୍ତ ଦେବା ନଗର ଉନ୍ନୟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ପୈାର ପରିଷଦ କର୍ତୁପକ୍ଷ ପ୍ରତିକିି୍ରୟା ରଖିଛନ୍ତି । ବର୍ତମାନ ରାୟଗଡା ପୈାର ପରିଷଦ ଅଧିନସ୍ଥ ୨୪ଟି ୱାର୍ଡକୁ ୬ଟି ଜୋନରେ ଭାଗ କରାଯାଇ ୨୪୦ଜଣ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟ କରାଯାଉଛି । ସଫେଇ କର୍ମଚାରୀଙ୍କ ଦୁଇଟି ଦିନର ଆନ୍ଦୋଳନରେ କୁଢ କୁଢ ଅଳିଆ ଆର୍ବଜନା ଉପରେ ରାୟଗଡା ସହରର ଏବେ ପଡି ରହିଛି । ଫଳରେ ସହରରେ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାରେ ଲାଗିଛି । ନବ ବର୍ଷ ପାଳନ ଦ୍ୱାରା ସହରର ସମସ୍ତ ଗଳିକନ୍ଦିରେ ଭୋଜିଭାତ ଆସର ସହ ଆତସବାଜୀ କରାଯାଇଥିବାରୁ ଏବେ ସେହି ଅଳିଆଗୁଡିକ ରାସ୍ତାଘାଟରେ ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କଲାଣି ।