ଜାନୁଆରୀ ୪ରୁ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଜାନୁୟାରୀ ୪ରୁ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଆୟୋଜନରେ ୱାଇ.ଏମ.ସି ପକ୍ଷରୁ ନିମନ୍ତ୍ରିତ ସମସ୍ତ ଦଳରେ ରଣଜୀ ଖେଳାଳି ଅଛନ୍ତି। ଏହି ଟୁର୍ନାମେଣ୍ଟଟି ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଗ୍ରୁପ (ଏ) ଦଳରେ କେ.ଏଫ.ସି ରାଇପୁର, ଆଭାର ସମ୍ବଲପୁର, ଇଷ୍ଟ କୋଷ୍ଟ ରେଳବାଇ ଖୋର୍ଦ୍ଧା ଓ ଏସ.ଇ.ସି. ଆର.ଏସ.ଏ ବିଳାସପୁର ଦଳ ଥିବା ବେଳେ ଗ୍ରୁପ (ବି)ରେ ୱାଇ.ଏମ.ସି ନୂଆପଡା, ରାଇଜିଙ୍ଗ ସ୍ଟୁଡେଣ୍ଟ କଟକ, ଫରେଷ୍ଟ ଭିଲାଇ ଇ ଇଷ୍ଟର୍ଣ ରେଲୱେ ରାଞ୍ଚି ଦଳ ରହିଛନ୍ତି। ସର୍ବମୋର ୮ଟି ଦଳ ୩୦ ଓଭର ବିଶିଷ୍ଟ ମ୍ୟାଚ ଖେଳିବେ। ଏହି ଟୁର୍ନାମେଣ୍ଟରେ ବିଜେତା ଦଳକୁ ନଗଦ ୮୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବାକୁ ଥିବାବେଳେ ଉପ ବିଜେତା ଦଳକୁ ୫୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ୱାଇ.ଏମ.ସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ଭୈରବ ସାହୁ, ୱାଇ.ଏମ.ସି ସଭାପତି ଅମରେଶ ଦାସ, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ, ୱାଇ.ଏମ.ସି ସମ୍ପାଦକ ତପନ ବଗର୍ତି, କ୍ଷୀରୋଧ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଅନିଲ ଦାସ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇ.ଏମ.ସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.