ହାବସପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହାବସପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଉଦ୍ୟମରେ ସମଗ୍ର ପଞ୍ଚାୟତ ଅଞ୍ଚଳରେ କଳାହାଣ୍ଡି ଉତ୍ସବର ମୂଳ ଲକ୍ଷ ଉପରେ ବିଭିନ୍ନ ଆଲୋଚନା ମାନ ଅନୁଷ୍ଠିତ କରାଯାଇଥିଲା । ଗ୍ରାମାଞ୍ଚଳ ର ବିଭିନ୍ନ ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଯୁବ ସରପଞ୍ଚ ଶ୍ରୀ ପଣ୍ଡା ଉଦ୍ୟମ କରିଆସୁଥିବା ବେଳେ କଳାହାଣ୍ଡି ଉତ୍ସବ ରେ ସେମାନଙ୍କୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା କରିଥିଲେ । ଐତିହ୍ୟ ସମ୍ପନ୍ନ ହାବସପୁର ଗ୍ରାମ ପଞ୍ଚାଯତ ରେ ଅନେକ କଳାକାର ଥିବା ବେଳେ ଏହି ଅଞ୍ଚଳରେ ବନାବାଡି, ଘୁମୁରା, କୀର୍ତ୍ତନ, ଗିତିନାଟ୍ୟ ଆଦି ଅନେକ ସାଂସ୍କୃତିକ ଦଳ ଅତୀତରେ ସମଗ୍ର ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବେଳେ ସେସବୁକୁ ବଜାୟ ରଖିବାକୁ ଉଦ୍ୟମ କରିବାକୁ ଉପସ୍ଥିତ ଅତିଥି ମାନେ ଆହାନ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ କ୍ରିଡା ପ୍ରତିଯୋଗିତା, ପ୍ରାଥମିକ, ହାଇସ୍କୁଲ ଓ କଲେଜ ସ୍ତରରେ ନୃତ୍ୟ ପ୍ରତିଯୋଗିତା, ପ୍ରବନ୍ଧ ଓ କବିତା ଲିଖନ, ହୁଳହୁଳି, ଚିତ୍ରାଙ୍କନ, ଗୀତ ସଙ୍ଗୀତ ଆଦି ଅନେକ ବିଭାଗରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । ଏହି ଅବସରରେ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ, ଆଇନଜୀବି ଓ ସମାଜସେବୀ ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ବାରମ୍ବାର ପ୍ରୟାସ କରିବାକୁ ଆହାନ ଜଣାଇଥିଲେ । ସେହିପରି ଅନ୍ଧକାରରୁ ଆଲୋକ ଦେଖାଉଥିବା ଗୁରୁଙ୍କ ମାର୍ଗ ଦର୍ଶନ ରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ଉଚିତ ବୋଲି ମତ ପ୍ରକାଶ କରିବା ସହିତ ସୁଶୀଲ କ୍ଷମାବନ୍ତ ଓ କର୍ମ ସଂସ୍କାରକ ଭାବରେ ଶିକ୍ଷକ ମାନେ ନିଜକୁ ପ୍ରତିପାଦନ କରିପାରିଲେ ଛାତ୍ର ସମାଜ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭ୍ୟା ଶାମୁକାରାଣୀ କୁମାର ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ଶେଷଦେବ ପଣ୍ଡା ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ଯୁବ ସମାଜ ଏକଯୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ । ଏହି ଅଞ୍ଚଳର ଗର୍ବ ଗୌରବ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସଞ୍ଚଳର ସାଂସ୍କୃତିକ ଓ ପୁରାତନ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହିତ ସମସ୍ତ ସାଂସ୍କୃତିକ ପ୍ରେମୀ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ବଜାୟ ରଖିବାକୁ ଆହ୍ବାନ ଜଣାଇଥିଲେ । ଏହି ଅବସରରେ ନେବ ସରପଞ୍ଚ ମନୋରମା ନାଗ, ଗ୍ରାମ ପଞ୍ଚାଯତ ଅଧିକାରୀ ମୁକୁନ୍ଦ ଦୋରା, ଜିଆରଏସ ହରି ନାରାୟଣ ମେହେର ଙ୍କ ସମେତ ପ୍ରଧାନ ଶିକ୍ଷକ ଅଟଳ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ବାରା ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ୱାର୍ଡ ସଭ୍ଯ ଅର୍ଜୁନ ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ, ମହିଳା ସ୍ବାସ୍ଥ୍ୟ କର୍ମୀ, କେଏସ ହାଇ ସ୍କୁଲ ର ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.