ଭାଲେଶ୍ୱର ଓ ଭଏଁସାତାଲ ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଭାଲେଶ୍ୱର ଓ ଭଏଁସାତାଲ ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି | ଆସନ୍ତା ଜାନୁଆରୀ ୧୭ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ସମସ୍ତ ଗାଁର ପ୍ରତେକ ଘରୁ ଗୋଟିଏ ମୁଠା ଅରୁଆ ଚାଉଳ ଆଉ ଗୋଟିଏ ଗୁଆ ଅଣାଯାଉଛି | ତେବେ ଭାଲେଶ୍ୱର ପଂଚାୟତର ଭାଲେଶ୍ୱର, ଅମୋଦି, କୁର୍ରୁମୁଡା, ଦଦାର ଗାଓଁ ଓ ସରେଇପାଲି ଗାଁଠାରେ ଏବଂ ଭଏଁସାତାଲ ପଂଚାୟତର ମହାତମତୋର, ମୁଢେଲା, ଭଣ୍ଡାରପୁରୀ, ଭଏଁସତାଲ, ଜମଲି ଓ ବଲୋଦା ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା | ପରିକ୍ରମା ସମୟରେ ଢୋଲ କୀର୍ତନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଗାଁ ଉତ୍ସବମୁଖର ହୋଇଯାଇଥିଲା | ଗ୍ରାମବାସୀ ଏହି ରଥକୁ ବିପୁଳ ଭାବେ ଭକ୍ତି ସହକାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ | ନିଜ ନିଜ ଘର ସମ୍ମୁଖରେ ଛୋଟି କରି କଳସରେ ନଡ଼ିଆ ରଖି ସ୍ଥାପନ କରି ପୂଜାର୍ଚନା କରିଥିଲେ | ଭାଲେଶ୍ୱର ସରପଞ୍ଚ ସରୋଜ ଦେଵୀ ଅଗ୍ରୱାଲ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରମୁଖ ଯୋଗଦେଇଥିଲେ | ଏହା ସହ ଜେଇ ସୋଭାଗ୍ୟ ବେହେରା ସମାଜସେବୀ ପ୍ରେମ ଅଗ୍ରୱାଲ, ପିଇଓ ଶୈଳେନ୍ଦ୍ର ମାଝୀ ତୋରଣ ଚନ୍ଦ୍ରକାର, ମନି ବରିହା, ଅଶୋକ ମାଝୀ, ପୂରଣ ପଟେଲ, ଆତ୍ମା ନାୟକ ଟିକେଶ୍ବରୀ ସତନାମୀ, ବୁଲନ୍ଦ ହରିଜନ, ମନ୍ଥନ ମାଝୀ, ଭୋଳା ଚନ୍ଦ୍ରକାର ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ | ସେହିପରି ଭାବେ ଭଏଁସାତାଲ ସରପଞ୍ଚ ପ୍ରେମଲାଲ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ବେଳେ ସମିତି ସଭ୍ୟା ରିତା ସାହୁ ପିଇଓ ସୁବ୍ରତ ପ୍ରଧାନ, ଟେଟକୁ ସତନାମୀ, ସାନକୁମାର ରାଉତ, ଦିଗେଶ ସାହୁ, ପରଶରାମ ପାଣ୍ଡେ, ବିଶେଷ ଭାବେ ସହଯୋଗ କରି ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.