ଯୁବ କବି ରଜତ ବଂଶଲଙ୍କ କବିତା ସଂକଳନ ‘ଅବ୍ୟକ୍ତ ଶବ୍ଦ’ ଉନ୍ମୋଚିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟ କନଭେନସନ ସେଣ୍ଟର ପରିସରରେ ଆୟୋଜିତ କାଦମ୍ବିନୀ ସାହିତ୍ୟ ମହୋତ୍ସବରେ କଳାହାଣ୍ଡିର ଯୁବ କବି ରଜତ ବଂଶଲଙ୍କ କବିତା ସଂକଳନ ‘ଅବ୍ୟକ୍ତ ଶବ୍ଦ’ ଉନ୍ମୋଚିତ ହୋଇଯାଇଛି। ଏଥିରେ କାଦମ୍ବିନୀର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ, ବିଶିଷ୍ଟ ଲେଖିକା ପ୍ରବସିନୀ ମହାକୁଡ଼ ଓ ଅପର୍ଣ୍ଣା ମହାନ୍ତି, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବହି ଉନ୍ମୋଚିତ କରିଥିଲେ। ଏଥିରେ କବି ଶ୍ରୀ ବଂଶଲଙ୍କ ସମେତ ତାଙ୍କ ଧର୍ମପତ୍ନୀ ନେହା ବଂଶଲ, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, ପୁସ୍ତକର ପ୍ରକାଶକ ସୁକାନ୍ତ ସାହୁଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ଲେଖକ ଲେଖିକାମାନେ ଉପସ୍ଥିତ ଥିଲେ। ଶ୍ରୀରୂପା ପକ୍ଷରୁ ପ୍ରକାଶିତ ଉକ୍ତ ପୁସ୍ତକରେ ମୋଟ ୨୬ଟି କବିତା ସ୍ଥାନୀତ ହୋଇଥିବା ବେଳେ ଏହା ବେଶ୍ ପାଠକାଦୃତ ହେବ ବୋଲି ଆଶା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.