ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଆଜି ଉଦଯାପିତ ହୋଇଯାଇଥିବା ବେଳେ ଆଜି ର ମ୍ୟାଚ ରେ ସିସିଏଫ୍ଏ ବୀରମହାରାଜପୁର ବନାମ ଇଲେଭେନ୍ ଷ୍ଟାର କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଲେଭେନ୍ ଷ୍ଟାର କଳାପଥର ୪-୨ ଗୋଲ ରେ ସିସିଏଫ୍ଏ ବୀରମହାରାଜପୁର କୁ ହରାଇ ଚଳିତ ଥର ଚାମ୍ପିଅନ ହୋଇଛି। ଏହି ମ୍ୟାଚରେ ଇଲେଭେନ୍ ଷ୍ଟାର ଦଳର ଅଭୟ ମୁଣ୍ଡା ‘ମ୍ୟାନ ଅଫ ଦ ମ୍ୟାଚ୍’, ଅଂଶୁୁ ମୁଣ୍ଡା ‘ମ୍ୟାନ ଅଫ ଦ ସିରିଜ୍’ ବେଷ୍ଟ ଗୋଲ କିପର ଅଂଶୁୂ ମୁଣ୍ଡା, ବେଷ୍ଟ ଡିଫେନ୍ସ ପିତ୍ର ମୁଣ୍ଡା, ବେଷ୍ଟ ଉଇଙ୍ଗର ବିଷ୍ଣୁ ଓରାମ, ବେଷ୍ଟ ମିଡ୍ ଫିଲ୍ଡ ଅରବିନ୍ଦ ଲାକ୍ରା ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ସଞ୍ଜୟ ପଟ୍ଟନାୟକ ଧାରା ବିବରଣୀ ପାଠ କରିଥିବା ବେଳେ ଏକାଡେମୀ ର ସଭାପତି ରାକେଶ ନାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିକାର ଏହି ଉଦଯାପନୀ ସନ୍ଧ୍ୟାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସନ୍ତୋଷ ପୂଝାରୀ, କ୍ରୀଡାବିତ୍ ହରିହର ପଟ୍ଟନାୟକ, ଅନିଲ ଭୋଇନା, ପୁରୁଷୋତ୍ତମ ପାଣିଗ୍ରାହୀ, ଅମିୟ ରଞ୍ଜନ ଦାଶ, ସତ୍ୟନାରାୟଣ ତ୍ରିପାଠୀ, ଶାନ୍ତନୁ ବାଘ, ଗୌତମ ପାତ୍ର, ଲୋକନାଥ ରଥ ଏବଂ ଆୟୋଜକ କମିଟିର ଅଧ୍ୟକ୍ଷ ଜଳନ୍ଧର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଜୟୀ ଦଳକୁ ୫୦ ହଜାର ସହ ଟ୍ରଫି ଏବଂ ଉପବିଜୟୀ ଦଳକୁ ୩୦ ହଜାର ସହ ଟ୍ରଫି ପୁରସ୍କାର ବିତରଣ କରିଥଲେ।ଆଜିର ଖେଳକୁ ଚିକୁ ବଡ଼ପଣ୍ଡା, ଜିତେନ୍ଦ୍ର ଥନାପତି, ପ୍ରଶାନ୍ତ ସେଠି, ଜଗତ ଜଗଦଲା, ରାଜେଶ ଥନାପତି ପରିଚାଳନା କରିଥିଲେ। ଖଗେଶ୍ୱର ତାଣ୍ଡି, ଜନ୍ମେଜୟ ନାଗ, ଦୀପକ, ନେଉଳ, ରବି, ନଟ, ଭୁର୍ଷୁବ, ଉପେନ୍ଦ୍ର ସୁନା ଏବଂ ନୀଳକଣ୍ଠ କୁମ୍ଭାର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ରେ ସହଯୋଗ କରିଥିଲେ।