ବିଜେଡି ବରିଷ୍ଠ ସଂଗଠକ କୋଣ୍ଡାବାବୁଙ୍କ କାଶିପୁର ବ୍ଳକ ଗସ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ବିଜୁ ଜନତା ଦଳର ଦଳୀୟ ନେତା ଓ କର୍ମୀ ସ୍ତରରେ ସମସ୍ତେ ସକ୍ରିୟ ହୋଇ ଉଙ୍ଖିଲେଣି । ତୃଣମୂଳ ସ୍ତରରେ ଦଳର ସାଂଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ଏହି କ୍ରମରେ ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁ ରାୟଗଡା ନିର୍ବାଚନ ମଣ୍ଡଳୀର କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି, ଡଙ୍ଗାସିଲ, ମାଇକଂଚ, କୋଡିପାରି, ଚନ୍ଦ୍ରଗିରି, ଚାନ୍ଦଗିରି, କାଶିପୁର, ରେଙ୍ଗା ଆଦି ପଂଚାୟତ ସୋମବାର ଗସ୍ତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ପଂଚାୟତଗୁଡିକର ବିଭିନ୍ନ ଗ୍ରାମରେ କୋଣ୍ଡାବାବୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରି ସମସ୍ୟାଗୁଡିକ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅଂଚଳବାସୀଙ୍କ ସମସ୍ୟାଗୁଡିକୁ ଖୁବଶୀଘ୍ର ସମାଧାନ ପାଇଁ ଯଥା ସମ୍ଭବ ଚେଷ୍ଠା କରିବା ସହ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲିଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବି ବୋଲି ପ୍ରତିଶୃତି ଦେଇଥିଲେ ।

Udyog Nursery
Udyogi Nursery

କୋଣ୍ଡାବାବୁଙ୍କ ଏହି ଗସ୍ତ ବେଳେ ରାୟଗଡା ଲ୍ୟାମ୍ପସ୍ ସଭାପତି ଚକ୍ରଧର ବିଡିକା, ବରିଷ୍ଠ ଆଇନଜୀବି ବିରଜା ପାତ୍ର, କାଶିପୁର ବିଜେଡିର ବରିଷ୍ଠ ନେତା ସାରଦା ନାୟକ, କାଶିପୁର ବି’ଜୋନ୍ ଜିଲ୍ଳା ପରିଷଦ ସଭ୍ୟା ଅମି ମାଝି, ଡମ୍ବୁରୁ ମାଝି, କମଳା ସାଉଁଟା, ଅଭି ନାୟକ, ମାଧବ ନାୟକ, କବି ନାୟକ, ଚନ୍ଦ୍ରମଣି ବାଗ, ଭୀମସେନ୍ ସାଉଁଟା, ରାଜେଶ ବାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.