ଗାଙ୍ଗଦହଣି ଗ୍ରାମ ପୋଖରୀରେ ପାଣି ଶଙ୍କଟ, ବିଡ଼ିଓଙ୍କୁ  ଦରଖାସ୍ତ ଦେଲେ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗ ଦହଣି ଗ୍ରାମରେ ଥିବା ତେଲିବନ୍ଧର ଜଳସ୍ତର କମିବାରେ ଲାଗିଛି, ପୋଖରୀଟି ଅପରିଷ୍କାର ହୋଇ ରହିଛି ଫଳରେ ଗାଙ୍ଗ ଦହଣି ଗ୍ରାମରେ ବର୍ତ୍ତମାନ ପାଣି ଶଙ୍କଟ ଆରମ୍ଭ ହୋଇଯାଇଛି | ଏହି ପୋଖରୀ ଉପରେ ଗ୍ରାମର ପ୍ରାୟ ଦୁଇଶହ ଘର ଵା ଆଠଶହ ଲୋକ ନିର୍ଭର କରିଥାଆନ୍ତି | ଏହି ପୋଖରୀ ତାଙ୍କର ଦୈନଦିନ ଜୀବନ ସହିତ ଜଡିତ । ତେଣୁ ଆଗକୁ ଖରାଦିନ ଆସୁଥିବାରୁ ଆହୁରି ପାଣି ଶଙ୍କଟ ଲାଗିବାର ଅନୁମାନ କରି ଗ୍ରାମବାସୀ ମାନେ ଗାଧୋଇବା, ପିଇବା, ରୋଷେଇ କରିବା, ଏବଂ ଲୁଗା ସଫା କରିବାକୁ ପାଣିର ନିହାତି ଜରୁରୀକୁ ଆଖି ଆଗରେ ରଖି ସ୍ଥାନୀୟ ସରପଞ୍ଚ ଦୀନବନ୍ଧୁ ଦାସ ଙ୍କ ସହିତ ଗ୍ରାମର ପ୍ରାୟ ୬୦ ଜଣ ବ୍ୟକ୍ତି ପୁରୁଷୋତ୍ତମପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ମନୋଜ କୁମାର ନାୟକଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ | ସେମାନଙ୍କ ଅଭିଯୋଗ ଶୁଣି ଗୋଷ୍ଟୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଏହାର ସମାଧାନ କରିବାକୁ ବ୍ଲକ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ | ବିଡ଼ିଓ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେବା ଦେଖି ଖୁସିରେ ଗ୍ରାମବାସୀ ବୃନ୍ଦ ଏବଂ ସରପଞ୍ଚ ନିଜ ଗ୍ରାମକୁ ଫେରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.