ସର୍ଗିଗୁଡ଼ାରେ ପଞ୍ଚାୟତ ସ୍ତରୀୟ “ଆମ ଓଡ଼ିଶା ନବୀନ ଓଡିଶା” ସଚେତନତନା କାର୍ଯ୍ଯକ୍ରମ

ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶକୁ ଫୋକସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅଧିନସ୍ଥ ସର୍ଗିଗୁଡ଼ା ଠାରେ ପଞ୍ଚାୟତ ସ୍ତରୀୟ “ଆମ ଓଡ଼ିଶା ନବୀନ ଓଡ଼ିଶା” ସଚେତନତନା ଶିବିର ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ କରି ଫିତା କାଟି ମଞ୍ଚ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ସଦସ୍ୟ ହରିଶଙ୍କର ମାଝୀ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ନର୍ଲା ସହକାରୀ ଯନ୍ତ୍ରୀ ଶ୍ରୀ ମହାଲି, କନିଷ୍ଠ ଯନ୍ତ୍ରୀ ବିଚିତ୍ରା ନନ୍ଦ ନାଏକ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଜନତାଙ୍କୁ ସଚେତନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ମଞ୍ଚରେ ଜଗନ୍ନାଥ ପୂଜନ ପରେ ସଭାପତି ଶ୍ରୀମତୀ ବୁଦ୍ଧିଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଓ ଜଗନ୍ନାଥ ସଂସ୍କୃତି ବିଷୟରେ, ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତି ରୁ ଆରମ୍ଭ କରି କୃଷି କ୍ଷେତ୍ରରେ ବିକାଶ ଉପରେ ନର୍ଲାର “ରେତ ଡ୍ୟାମ” ନର୍ଲା ପାଇଁ ବରଦାନ ସାଜିଛି ବୋଲି କହିଥିଲେ । ଏଲ.ଇ.ଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା ସମୁହ ପ୍ରଦର୍ଶନ କରାଯାଇଥିଲା। ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଭାଗର ଷ୍ଟଲ ଖୋଲା ଯାଇଥିଲା। ବିଦ୍ୟାଳୟରୁ ଆସିଥିବା ସାଂସ୍କୃତିକ ଦଳମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଜିବନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ଏମବିକେ ମଞ୍ଚ ସଂଚାଳନ କରିଥିଲେ।

Udyog Nursery
Udyogi Nursery

ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ଜିଆରଏସ ଦେବକୀ ମାଝୀ, ଯୋଗାଣ ସହାୟକ ଟଙ୍କଧର ସା, କର୍ମଚାରୀ ଶଙ୍କର ଗୌଡ , ଯଦୁ ମାଝୀଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବର, ନାଏବ ସରପଞ୍ଚ, ସ୍ୱେଚ୍ଛାସେବୀ ଓ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଆରପି, ଏମବିକେ, ମିଶନ ଶକ୍ତି ମହିଳା ମାନଙ୍କ ସହିତ ଶତାଧିକ ମହିଳା, ଜନସାଧାରଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଉତ୍ସାହିତ ହୋଇଥିଲେ। ପରିଶେଷରେ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.