ସୌଦାମିନୀ ମାସିକ ପତ୍ରିକାର କଭର ପୃଷ୍ଠା ଉନ୍ମୋଚିତ; ରହିଛି ଲେଖକ ରବିନାରାୟଣ ପଟ୍ଟନାୟକଙ୍କ ଛବି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମାସିକ ପତ୍ରିକା ସୌଦାମିନୀ ତା’ର ଷଷ୍ଠ ସଂସ୍କରଣ ପାଇଁ କଭର ପୃଷ୍ଠା ଉନ୍ମୋଚନ କରିଛି । ଏଥିରେ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକଙ୍କ ଛବି ସ୍ଥାନିତ ହୋଇଛି । ଏହି ସଂସ୍କରଣ ମାର୍ଚ୍ଚ ମାସ ୫ ତାରିଖରେ ପ୍ରକାଶିତ ହେବ । ସୌଦାମିନୀ ପତ୍ରିକାର ଷଷ୍ଠ ସଂସ୍କରଣରେ ବିଭିନ୍ନ ଲେଖକଙ୍କ ଦ୍ଵାରା କାହାଣୀ, କବିତା ସହିତ ବିଶିଷ୍ଟ ପରିଚୟ ଓ ରବିନାରାୟଣ ପଟ୍ଟନାୟକଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର ମଧ୍ୟ ସ୍ଥାନ ପାଇଛି । ଯେଉଁଥିରେ ଶ୍ରୀ ପଟ୍ଟନାୟକଙ୍କ ବିଷୟରେ ଅନେକ ଅଜଣା କଥା ଏହା ଦ୍ବାରା ପ୍ରକାଶ ପାଇବ । ସୌଦାମିନୀ ପତ୍ରିକାର ସମ୍ପାଦିକା ହେଉଛନ୍ତି ସୋନାଲି ଗଡ଼ନାୟକ । ଏହି ସଂସ୍କରଣ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ସମ୍ପାଦିକା ଆଶା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.