ବଢ଼ିଲା ଖରାଛୁଟି : ୧୯ ନୁହେଁ, ୨୬ରେ ଖୋଲିବ ସ୍କୁଲ୍

ସ୍କୁଲ୍ ଓ ଗଣଶିକ୍ଷା ସଚିବଙ୍କ ସୂଚନା

ଭୁବନେଶ୍ୱର,୧୮/୬: ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଖରାଛୁଟିର ଅବଧିକୁ ବଢାଇଛନ୍ତି ଓଡ଼ିଶା ସରକାର। ଏହା ଜୁନ୍ ୨୫ ତାରିଖ ଯାଏଁ ବଢ଼ିଛି। ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୬ ତାରିଖରେ ଖୋଲିବ। ଏନେଇ ସ୍ପଷ୍ଟ କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତିି ନେଇଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ଜୁନ୍‌ ୨୫ପର୍ଯ୍ୟନ୍ତ ଖରାଛୁଟି ବଢ଼ିବା ନେଇ ସୋସିଆଲ୍ ମିଡିଆରେ ଖବର ଭାଇରାଲ୍ ହୋଇଥିଲା। ଗତ ସପ୍ତାହରେ ଏହାକୁ ଖଣ୍ଡନ କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ, ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେହିପରି ଖରାଛୁଟି ବଢ଼ିବ ନାହିଁ ଓ ପୂର୍ବ ନିର୍ଦ୍ଧାରିତ ୧୯ ତାରିଖରେ ହିଁ ସ୍କୁଲ ଖୋଲିବ ବୋଲି ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ଖରାଛୁଟି ବଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି।

Click here to get daily news & views update on WhatsApp

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.