ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ସୋନପୁର,୧୯/୬ : ସୁବର୍ଣ୍ଣପୁର ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ବିର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ମଧୁସୂଦନ ମିଶ୍ର ବୈଠକରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ଜିଲା ବିର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଧନଜୀବନ ହାନି ନହୁଏ ସେଥ୍ରିତି ସମସ୍ତ ବିଭାଗ ବିଶେଷ ତତ୍ପରତା ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ ଯୋଗ ଦେଇ ପ୍ରାକୃତିକ ବିର୍ଯ୍ୟୟ ସମୟରେ ପୁଲିସ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପକୟଙ୍କର ସୂଚନା ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସରୋଜ ନାଏକ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ସହ ବିର୍ଯ୍ୟୟ ସମୟରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜିଲା ଜରୁରୀକାଳୀନ ଅଧିକାରୀ ମୁକ୍ତେଶ୍ୱର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଉପରେ ଆଲୋକପାତ କରିଥିଲେ । ବିପର୍ଯ୍ୟୟ ସମୟରେ ଜିଲାର କୌଣସି ପରିସ୍ଥିତିରେ ଯେପରି ଧନଜୀବନ ହାନି ନହୁଏ ସେଥିାଇଁ ସମସ୍ତ ବିଭାଗର ଅଧିକାରୀ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରିବା ସାଙ୍ଗକୁ ଏଭଳି ଏକ ସମ୍ବେଦନ ବିଷୟ ପ୍ରତି ବିଶେଷ ଭାବରେ ଯତ୍ନବାନ ହେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ ଜେନା, ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ଡ.ସଞ୍ଜୟ ମହାପାତ୍ର, ସୋନପୁର ବିଡିଓ ରବିନ୍ଦ୍ର ପଟେଲ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ଦାସ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ ଶତପଥି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.