ବାବାସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବରମୁଣ୍ଡାରେ ଅତ୍ୟାଧୁନିକ ବାବାସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି।ରାଜ୍ଯର ଗମନାଗମନ ସେବାରେ ପ୍ରତିଷ୍ଠା ହୋଇଛି ନୂଆ କୀର୍ତ୍ତିମାନ। ଏୟାରପୋର୍ଟ ଭଳି ସୁବିଧା ଉପଲବ୍ଧ ହେଉଥିବା ଏହି ଟର୍ମିନାଲ, ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ବାବାସାହେବଙ୍କ ପ୍ରତି ଓଡ଼ିଶାବାସୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫାଇବ୍-ଟି ଉପକ୍ରମରେ ହୋଇଥିବା ଏହି ବସ୍‌ ଟର୍ମିନାଲ ବସ୍‌ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି। ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଏଠାରେ ସବୁ ପ୍ରକାର ସୁବିଧା କରାଯାଇଛି। ଜରୁରୀକାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍‌ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି। ଏହି ଟର୍ମିନାଲ ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ସୁନିଶ୍ଚିତ କରି ସାରା ଓଡ଼ିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିବ। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସହଯୋଗ କରିବାକୁ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.