ଏଡିଏଓ ଭାବରେ ନର୍ଲାରେ ଯୋଗଦେଲେ ଶୁଭେନ୍ଦୁ କର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜିଲ୍ଲା କୃଷି ଅଫିସରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ (ଏଡିଏଓ) ଭାବରେ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କର। ସେ ପୂର୍ବରୁ ଜିଲ୍ଲା କୃଷି ବିଭାଗରେ ସ୍କିମ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ପାଇ ଶ୍ରୀ କର ନର୍ଲା ଏଡିଏଓ ଭାବରେ ଦାଇତ୍ୱ ନେଇଥିବା ଜଣାପଡ଼ିଛି। ଶ୍ରୀ କର ଶୁକ୍ରବାର ନର୍ଲା ଆସି କାର୍ଯ୍ୟରେ ଯୋଗଦେବା ସମୟରେ ନର୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟର ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ କିରାଣୀ ନିରାକାର ସାହୁ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ନର୍ଲା ଭିଏଡବ୍ଲୁ ମିନତୀ ରଣା, ଗଜମତି ମାଝୀ, ଏଓ ଧୃବରାଜ ଦୁର୍ଗା, ସୁଜନ ଚନ୍ଦ୍ର ବିଶି, ଲକ୍ଷ୍ମୀପ୍ରିୟା ବାରିକ ଓ ଅନ୍ୟ ଅଫିସ ଷ୍ଟାଫ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପୁର୍ବତନ ଏଡିଏଓ ମାତୃପଦ ପ୍ରହରାଜ ପଦୋନ୍ନତି ପାଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବରେ ନୂଆପଡ଼ା ଜିଲ୍ଲାକୁ ଚାଲିଯିବା ପରେ ଦୀର୍ଘ ଦିନ ଧରି ନର୍ଲା ଏଡିଏଓ ପଦବୀ ଖାଲି ପଡିଥିଲା। ନର୍ଲା, ମ.ରାମପୁର, ଲାଞ୍ଜିଗଡ ଓ କର୍ଲାମୁଣ୍ଡା ଅଞ୍ଚଳରେ କୃଷିର ବିକାଶ କେମିତି ହୋଇ ପାରିବ। ନୂତନ ପଦ୍ଧତି ଓ ଆଧୁନିକ କୃଷି ଉପକରଣ ମାଧ୍ୟମରେ ଚାଷୀ କେମିତି ଅଧିକ ଆୟ କରି ପାରିବେ ସେ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଏଡିଏଓ ଶ୍ରୀ କର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.