ନବ ନିର୍ମିତ ଅମୃତଧାରା ଉଦ୍‌ଘାଟନ କଲେ ପଣ୍ଡିଗାଁ ସରପଞ୍ଚ କବିତା ଜୈନ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ତରଫରୁ ପାତ୍ରବସା ଗ୍ରାମରେ ନିର୍ମିତ ନୂତନ ଅମୃତଧାରାକୁ ଆଜି ମହାଶିବରାତ୍ରି ଅବସରରେ ମୂଖ୍ୟ ଅତିଥି ଭାବେ ପଣ୍ଡିଗାଁ ସରପଞ୍ଚ କବିତା ଜୈନ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ। ପ୍ରଥମେ ସରପଞ୍ଚ କବିତା ଜୈନ ଲଙ୍କେଶ୍ଵରୀ ମନ୍ଦିରକୁ ଯାଇ ମା ଙ୍କ ଆଶ୍ରିବାଦ ନେବା ପରେ ନବ ନିର୍ମିତ ଅମୃତଧାରା ରେ ପୂଜାଚର୍ଣା କରି ଫିତା କାଟି ସର୍ବସାଧାରଣଙ୍କ ପାଇଁ ଉସର୍ଗିକୃତ କରିଥିଲେ। ବର୍ତ୍ତମାନ ଗ୍ରୀଷ୍ମ ଋତୁର ଆଗମନ,ତେଣୁ ଏହି ଅମୃତ ଧାରା ନିର୍ମାଣ ହେବା ଦ୍ବାରା ଗ୍ରାମରେ ଜଳକଷ୍ଟ ଦୂର ହେବା ସହିତ ଗ୍ରାମବାସୀ ଓ ପଥଚାରୀ ମଧ୍ୟ ସୁବିଧାରେ ବିଶୁଦ୍ଧ ପାନୀୟ ଜଳ ପାଇ ତାଙ୍କର ତୃଷା ମେଣ୍ଟେଇ ପାରିବେ ବୋଲି ପଣ୍ଡିଗାଁ ସରପଞ୍ଚ କବିତା ଜୈନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଓ ଏହାର ସ୍ଥାୟୀତ୍ବ ପାଇଁ ଗ୍ରାମବାସୀମାନେ ମଧ୍ୟ ରକ୍ଷଣ ବେକ୍ଷଣ ଦାୟିତ୍ଵ ନେବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଶିଲ କୁମାର ଜୈନ, ବରିଷ୍ଠ ଆଇନଜିବୀ ଶୁଶିଲ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନୀ, ପଣ୍ଡିଗାଁ ପଂଚାୟତ ବିଜେଡି ସଭାପତି ଶୁଭ୍ରକେଶୀ ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, କେଦାର ଖର୍ସେଲ, ବିଜୟ ପ୍ରଧାନୀ, ପବନ ମାଝୀ, ଗ୍ରାମ ପୁଝାରୀ ସୁମନ୍ତ ଦଣ୍ଡସେନା, ପଂଚାୟତ କର୍ମଚାରୀ ଚୈତନ୍ୟ ହଂସ ତଥା ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ଼ ମେମ୍ବର ମାନଙ୍କ ସମେତ ପାତ୍ରବସା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.