ସଚେତନ ସଂଗ୍ରାମ ସମିତି ଜୁନାଗଡ଼ର ସାମ୍ବାଦିକ ସମ୍ମିଳନୀ

୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଅନଶନ ଚେତାବନୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଚେତନ ସଂଗ୍ରାମ ସମିତି ଆବାହକ ରଶ୍ମି ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଜୁନାଗଡ଼ ଆର.ଏମ.ସି ସଭା ଗୃହ ଠାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ସଂଗ୍ରାମ ସମିତିର ସଦସ୍ୟ ପ୍ରଭାତ ଦାଶ, ହିମାଂଶୁ ଶେଖର ବରାଡ଼, ଟ୍ରେଡ଼ ୟୁନିଅନ ନେତା ବିରଞ୍ଚି ନାରାୟଣ ପଣ୍ଡା, ବିନୋଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଆବାହକ ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଗତ ବର୍ଷ ୦୯/୦୩/ ୨୦୨୩ ତାରିଖ ଦିନ ସଚେତନ ସଂଗ୍ରାମ ସମିତି ଜୁନାଗଡ଼ ବିଭିନ୍ନ ଦାବୀ ନେଇ ଜୁନାଗଡ଼ ହସ୍ପିଟାଲ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲା। ସେହି ଦାବୀ ଗୁଡ଼ିକ ମଧ୍ୟରେ ଜୁନାଗଡ଼ ହସ୍ପିଟାଲ୍ କୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ମିଳୁ, ଜୁନାଗଡ଼ ହସ୍ପିଟାଲ୍ ରେ ତୁରନ୍ତ ମେଡିସିନ ଓ ସର୍ଜରୀ ସ୍ପେସାଲିଷ୍ଟ ଦିଆଯାଉ, ଜୁନାଗଡ଼ ହସ୍ପିଟାଲ୍ ରେ ଥିବା ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଯାଉ, ଏହି ଦାବୀ ପୂରଣ ହେବା ଲାଗି ଜୁନାଗଡ଼ ର ସମସ୍ତ ଜନସାଧାରଣ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ପ୍ରଶାସନର ବାରମ୍ବାର ଅନୁରୋଧ ପରେ ୧୨ ମାର୍ଚ୍ଚ ୨୦୨୩ ରେ ସଚେତନ ସଂଗ୍ରାମ ସମିତି ଜୁନାଗଡ଼କୁ ୧୫ ଦିନ ସମୟ ଭିତରେ ସମସ୍ତ ଦାବୀ ପୂରଣ ପାଇଁ ପ୍ରଶାସନିକ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା ହେଲେ ବର୍ତ୍ତମାନ ବର୍ଷେ ବିତଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୋଣସି ପଦକ୍ଷେପ ନିଆଯାଇ ନାହିଁ। ଏଥି ମଧ୍ୟରେ ସଂଗ୍ରାମ ସମିତି ତରଫରୁ ଜିଲ୍ଲାପାଳ, ସିଡିଏମଓ  ତଥା ଭୁବନେଶ୍ୱର ଯାଇ ସ୍ୱାସ୍ଥ୍ୟ ସଚିବଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ। ରକ୍ତ ଭଣ୍ଡାର ପାଇଁ ସମସ୍ତ ପ୍ରକାର ର ସରଞ୍ଜାମ ଥିଲେ ମଧ୍ୟ ସାମାନ୍ୟ ଲାଇସେନ୍ସ ରିନୁଆଲ ପାଇଁ ରକ୍ତ ସଂରକ୍ଷଣ ଭଣ୍ଡାର କାର୍ଯ୍ୟ କରିପାରୁନାହିଁ। ଇତି ମଧ୍ୟରେ ଜୁନାଗଡ଼ ସହରରେ ଘରୋଇ ହସ୍ପିଟାଲ ଏହାର ସୁଯୋଗ ନେଇ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି ଲୋକେ ମଧ୍ୟରେ ଅନ୍ୟ ଉପାୟ ନ ପାଇ ଘରୋଇ ହସ୍ପିଟାଲ ଯିବାପାଇଁ ବାଧ୍ୟ ହେଉଛନ୍ତି। ଜନସାଧାରଣଙ୍କ ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ସଚେତନ ସଂଗ୍ରାମ ସମିତି ଜୁନାଗଡ଼ ହସ୍ପିଟାଲର ସମସ୍ୟା ଓ ବିଭିନ୍ନ ଦାବୀ ଆଗାମୀ ୧୫ ଦିନ ପୂରଣ ନହେଲେ ପୁନଃ ଅନଶନରେ ବସିବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ନାୟକ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.